ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର ସହିତ ୧୨ଗୋଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ।

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର ସହିତ ୧୨ଗୋଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ।

ଢେଙ୍କାନାଳ:

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୬ ବଖରା ଘର ଏବଂ ୧୨ ଗୋଟି ଗୃହପାଳିତ ପଶୁ । ଯେଉଁ ଗୃହପାଳିତ ପଶୁ ମାନଙ୍କ ମଧ୍ୟରେ ୪ଟି ଗାଈ ଓ ୮ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛି । ଗତ କାଲି ରାତି ପ୍ରାୟ ୧୧ ଟା ବେଳେ ଘଟିଛି ଅଘଟଣ । ଗାଁର ସନ୍ତୋଷ ଦେହୁରୀ ଓ ଅଭିମନ୍ୟୁ ଦେହୁରୀଙ୍କ ୬ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣା ସ୍ଥଳରେ ବାଉଁଶପାଳ ସରପଞ୍ଚ ସଂନ୍ଧ୍ୟାରାଣୀ ସେଣ୍ଢ ଏବଂ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ସେଣ୍ଢ ପହଞ୍ଚି ଅଗ୍ନିବିପନ୍ନଙ୍କ ପରିବାରକୁ ସହଯୋଗ କରିଥିଲେ । ତୁରନ୍ତ ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ମଧ୍ୟ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *