ମଙ୍ଗଳଆଳତି ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଠେଲାପେଲା

ମଙ୍ଗଳଆଳତି ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଠେଲାପେଲା

କାର୍ତ୍ତିକମାସ ପାଇଁ ପୁରୀ ମନ୍ଦିରରେ ଭକ୍ତମାନଙ୍କ ଭିଡ ଲାଗି ରହିଛି । ଆଜି ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ବହୁ ହବିଷ୍ୟାଳୀଙ୍କ ସମେତ ୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ମହିଳାମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଥିବା ଯୋଗୁଁ ଘଟିଥିବା ଅଭିଯୋଗ ହୋଇଛି। ଆଜି ମଙ୍ଗଳଆଳତୀ ପରେ ସିଂହଦ୍ୱାର ବ୍ୟାରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୁଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *