ମଞ୍ଚରେ କାନ୍ଦିଲେ ମନ୍ତ୍ରୀ ରାଜା ସ୍ୱାଇଁ

ମଞ୍ଚରେ କାନ୍ଦିଲେ ମନ୍ତ୍ରୀ ରାଜା ସ୍ୱାଇଁ

ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହି କାନ୍ଦିଲେ ମନ୍ତ୍ରୀ ରାଜା ସ୍ୱାଇଁ । ସେ ଏକ ସଭାକୁ ସମ୍ୱୋଧିତ କରିବା ସମୟରେ କହିଛନ୍ତି ସାଢେ 4 କୋଟି ଓଡିଆ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ପରିବାର।  ସେ ଚାଲିଗଲେ ତାଙ୍କ ମୁଖାଗ୍ନି ଦେବାକୁ କେହି ନାହାଁନ୍ତି । ସେ ପରିବାରର ସମସ୍ତଙ୍କୁ ଦେଇଛନ୍ତି, ତାଙ୍କ ମୁହଁକୁ ଟିକେ ଅନାଇବ, ଏତିକି ନିବେଦନ । ଆଠଗଡ ମହୋତ୍ସବ ପଡିଆରେ ଆୟୋଜିତ ବର୍ଦ୍ଧିତ ଭତା ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ନିବେଦନ କରିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ । ଆଉ ଦିନ କେଇଟା ପରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଏହାପୂର୍ବରୁ ରାଜ୍ୟରେ ରାଜନୀତି ମାହୋଲ ସରଗରମ ହେଲାଣି । ୨୦୨୪ ନିର୍ବାଚନରେ କିଏ ବାଜିମାତ କରିବ ତାହାକୁ ନେଇ ଅଙ୍କକଷା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *