ଅହୋରାତ୍ର ଧାରଣାରେ ନବରଙ୍ଗପୁର ଚାଷୀ ସଂଘ
ଉତ୍ସବରେ ମାତିଛନ୍ତି ମୋହନ ଚାଷୀ ହନ୍ତସନ୍ତ
ଚାଷୀଙ୍କୁ ଲୁଟି ଜନ୍ମଦିନ ପାଳୁଛି ବିଜେପି ସରକାର
ଲୋକେ କହିଲେ ମୋହନଙ୍କ ମୁହଁକୁ ଲାଜ ନାହିଁ
କଥା ଦେଇ ଠକି ଦେଲେ ଡବଲ ଇଞ୍ଜିନ ସରକାର । ନିର୍ବାଚନ ପୂର୍ବରୁ ବଡ ବଡ କଥା କହିଲେ ଆଉ ନିର୍ବାଚନରେ ପରେ ସାଧାରଣ ଜନତାଙ୍କୁ ଭୂଆଁ ବୁଲାଉଛନ୍ତି । ନିଜକୁ ଲୋକଙ୍କ ସରକାର କହୁଥିବା ଭାରତୀୟ ଜନତା ପାର୍ଟି ଏବେ ସେହି ଲୋକମାନଙ୍କୁ ଅଣଦେଖା କରୁଛନ୍ତି । ଆଜକୁ ତିନିଦିନ ହେବ ନବରଙ୍ଗପୁର ଚାଷୀ ସଂଘ ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଦୀର୍ଘ ଚାରିମାସ ହୋଇଯିବ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିନାହିଁ । ଧାନମଣ୍ଡିରେ ଧାନ ବିକ୍ରି କରିଥିଲେ ସୁଦ୍ଧା ସରକାର ଏବେ ପର୍ଯ୍ୟନ୍ତ ତାଙ୍କୁ ଟଙ୍କା ଦେଇନାହାନ୍ତି । ନିର୍ବାଚନ ପୂର୍ବରୁ ଧାନର ଏମସପି ବୃଦ୍ଦି କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୋହନ ସରକାର । ଏବଂ ସରକାରକୁ ଆସିବା ପରେ ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି କହିବୁଲିଲେ । ହେଲେ ଦୀର୍ଘ ତିନିଦିନ ହେବ ଧାରଣାରେ ବସିଥିବା ଏହି ଚାଷୀଙ୍କ ଅବସ୍ଥା ଦେଖିଲେ ଏ ସରକାରଙ୍କ ଅସଲ ଚେହେରା ପଦାରେ ପଡିଛି । ଶୁଣନ୍ତୁ କଣ କହୁଛନ୍ତି ଲୋୟର ପିଏମଜିରେ ଧାରଣାରେ ବସିଥିବା ଏ ଚାଷୀ ଜଣଙ୍କ ।
ଚାଷୀଙ୍କ କହିବା ଅନୁଯାୟୀ ନବରଙ୍ଗପୁରରେ ବାରମ୍ୱାର ଧାରଣା ଦେଇଥିଲେ ସୁଦ୍ଧା ସରକାର ଏହାକୁ କର୍ଣ୍ଣପାତ କରିନଥିଲେ ଯାହାଫଳରେ ବାଧ୍ୟ ହୋଇ ତାଙ୍କୁ ରାଜଧାନୀର ଗାନ୍ଧୀ ମାର୍ଗରେ ଆସି ଧାରଣା ଦେବା ପାଇଁ ପଡିଲା ତଥାପି ଏ ସରକାର ସବୁ ଜାଣିଶୁଣି ଅନ୍ଧ ପାଲଟିଛନ୍ତି । ଆଉ ମାତ୍ର କେଇଟା ଦିନ ପରେ ମୋହନ ସରକାର ନିଜର ପ୍ରଥମ ଜନ୍ମଦିନ ପାଳିବେ । ରାଜ୍ୟ ସାରା ମୋହନଙ୍କ ଭଲକାମର ଚର୍ଚ୍ଚା ହେବ । ନିଜର ସଫଳତାର ରିପୋର୍ଟ କାର୍ଡ ଧରି ସରକାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜଧାନୀରେ ଚାଷୀଙ୍କ ଧାରଣା ମୋହନଙ୍କୁ ଅଡୁଆରେ ପକାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଚାଷୀଙ୍କ ଦାବି ପୂରଣ କରି ନିଜର ପ୍ରତିଶ୍ରୁତି ରକ୍ଷା କରୁଛନ୍ତି ମାଝୀ ସରକାର ।
