ବିଜେପି ଶାସନରେ ଚାଲିଛି ବାବୁଙ୍କ ରାଜୁତି
ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ
ମୋହନଙ୍କୁ ବେଖାତିର କରୁଛନ୍ତି ଅଫିସର
ଭାଇରାଲ ହେଲା ଫଟୋ ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅସମ୍ମାନ କଲେ ଅଣଓଡିଆ ଅଫିସର । ଯାଉନି ଅଫିସରଙ୍କ ମୁହଁଫୁଟାଣି ଖୋଦ ମୁଖ୍ୟମନ୍ତ୍ରୀଙ୍କୁ କରୁଛନ୍ତି ବେଖାତିର । ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ବ୍ୟବହାର ଦେଖି ସମସ୍ତ ଆଶ୍ଚର୍ଯ୍ୟ । ଆଶ୍ଚର୍ଯ୍ୟ ବା ହେବେ ନାହିଁ କାହିଁକି ରାଜ୍ୟ ମୁଖିଆଙ୍କୁ ଇଏ କେଉଁଭଳି ସମ୍ମାନ ? ଯେଉଁଠାରେ ମୁଖ୍ୟମନ୍ତ୍ରୀ ଛିଡା ହୋଇ ରହିଛନ୍ତି ସେଠାରେ ଗୋଡ ଉପରେ ଗୋଡ ପକାଇ ବସିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି ଅଫିସରମାନେ ଏପରି ଆଚରଣ କରୁଥିବା କୁହାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାରିମା କ୍ଷୁର୍ଣ୍ଣ କରିବାକୁ ଏହା କିଛି କୁଚକ୍ରୀଙ୍କ ଷଡଯନ୍ତ୍ର ବୋଲି କୁହାଯାଉଛି ।
ଯେଉଁ ଭିଡିଓଟି ଭାଇରାଲ ହେବା ପରେ ବିରୋଧି ଏହାକୁ ତୀବ୍ର ନିନ୍ଦା କରିବା ସହିତ ଏପରି ଅଫିସର ବାବୁଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ସେପଟେ ବିରୋଧି ଦଳର ଅଭିଯୋଗ ମୁତାବକ ବିଜେପି ସରକାର ଆସିବା ଦିନୁ ରାଜ୍ୟରେ ଅଫିସର ଓ ବାବୁ ମାନଙ୍କ ରାଜ ବଢିବାରେ ଲାଗିଛି । କିଛି ସଚିବ ଓ ଅଫିସରଙ୍କ ପାଇଁ ସରକାର ବଦନାମ ହେଉଛନ୍ତି । ତେବେ ଏ ସବୁ ଭିତରେ ବାରମ୍ୱାର ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ପରେ ଗୋଟିଏ ଭାଇରାଲ ଭିଡିଓ ଏବେ ମୋହନଙ୍କୁ ଅକଳରେ ପକାଇଛି । ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ଭିକେ ପାଣ୍ଡିଆନଙ୍କୁ ବିରୋଧ କରି ରାଜ୍ୟରେ ତାମିଲ ଶାସନ ଚାଲୁଥିବା ଅଭିଯୋଗ କରିଆସୁଥିଲା ବିଜେପି କିନ୍ତୁ ଏବେ ବିଜେପି ସରକାର ସମୟରେ ରାଜ୍ୟରେ ଗୁଜୁରାଟୀ ଅଫିସରଙ୍କ ରାଜ ଚାଲିଥିବା ବିରୋଧି ଗୋଷ୍ଠୀ ଅଭିଯୋଗ କଲେଣି । ତେବେ ମଞ୍ଚ ଉପରେ ମୋହନଙ୍କୁ ଏପରି ଅପମାନର କି ଆକ୍ସନ ନେଉଛନ୍ତି ଖୋଦ ରାଜ୍ୟ ସରକାର ତାହା ଦେଖିବାର କଥା ।