ମଣିଷକୁ ପରିବର୍ତ୍ତନ କରେ ଶ୍ରୀମଦ ଭାଗବତଗୀତା

ମଣିଷକୁ ପରିବର୍ତ୍ତନ କରେ ଶ୍ରୀମଦ ଭାଗବତଗୀତା

ହିନ୍ଦୁ ମାନଙ୍କର ସବୁଠାରୁ ବଡ ଗ୍ରନ୍ଥ ହେଲା ଶ୍ରୀମଦ ଭାଗବତଗୀତା ।  ଯାହା ମନୁଷ୍ୟକୁ ବ଼ଞ୍ଚିବାର ଉଚିତ ମାର୍ଗ ଦେଖାଇଥାଏ । ଜ୍ଞାନ ଓ ବିଜ୍ଞାନରେ ଭରପୂର ହେଉଛି ଗୀତା । ଭଗବତଗୀତା ଜୀବନର ଧର୍ମ, କର୍ମ ଓ ପ୍ରେମର ପାଠ କହିଥାଏ । ଭଗବାନ ବିଷ୍ଣୁଙ୍କ ଅବତାର ସ୍ୱୟଂ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅର୍ଜ୍ଜୁନଙ୍କୁ ଗୀତା ସମ୍ବନ୍ଧରେ ଜ୍ଞାନ ଦେଇଥିଲେ । ସଂପୂର୍ଣ୍ଣ ଗୀତାରେ ମାନବ ଜାତିର କଲ୍ୟାଣ ଓ ଶାନ୍ତିର କଥା କୁହାଯାଇଛି । ସମଗ୍ର ଗୀତାରେ ମୋଟ 18ଟି ଅଧ୍ୟାୟ ଏବଂ 700ଟି ଶ୍ଲୋକ ରହିଛି । ଚାଲନ୍ତୁ ଆଜି ଆମେ ଜାଣିବା ଶ୍ରୀମଦ୍ ଭଗବତଗୀତାର କିଛି ରହସ୍ୟ। ଆପଣମାନେ କଣ ଜାଣିଛନ୍ତି 234 ବର୍ଷ ପୂର୍ବେ ଇଂରେଜମାନେ ଯେତେବେଳେ ଭାରତକୁ ଆସିଥିଲେ ସେତେବେଳେ ଶ୍ରୀମଦଭାଗବତ ଗୀତାକୁ ଇଂରାଜୀରେ ଅନୁବାଦ କରାଇଥିଲେ । ଚାର୍ଲସ ୱିକିନ ଏହାକୁ ଇଂରାଜୀରେ ଅନୁବାଦ କରାଇଥିଲେ । ଆଉ ଏକ ଆଶ୍ଚର୍ଯ୍ୟ କରିଦେଲାଭଳି କଥା ହେଉଛି ଆପଣମାନେ ଜାଣିଥିବେ ମହାଭାରତର ପର୍ବ ସଂଖ୍ୟା 18,ମହାଭାରତ ଯୁଦ୍ଧ 18 ଦିନ ଧରି ଚାଲିଥିଲା ତେବେ ଏହି 18 ସଂଖ୍ୟାର ଅର୍ଥ ହେଉଛି ଜାୟା ବା ଜିତ୍। ଏବଂ ମହାଭାରତର ଅନ୍ୟଏକ ନାମ ହେଉଛି ଜିତ୍ ।

ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଗୀତା ସମ୍ବନ୍ଦରେ ଜ୍ଞାନ ଦେଉଥିଲେ ଅର୍ଜ୍ଜୁନଙ୍କ ବ୍ୟତୀତ ସଂଜୟ ଏହାକୁ ଶୁଣିଥିଲେ । ଆହୁରି ମଧ୍ୟ ଦୁଇଜଣ ଅଛନ୍ତି ଯେ ଗୀତା ଜ୍ଞାନକୁ ଶୁଣୁଥିଲେ । ସେହେଲେ ହନୁମାନ ଏବଂ ଘଟୋତ୍କଚଙ୍କ ପୁତ୍ର ବରବରିକ । ଏହି ଗୀତାକୁ ଭଗବାନ ଶ୍ରୀକୃଷ୍ଣ ଏକାଦଶୀ ଦିନ 45 ମିନିଟ୍ ପର୍ଯ୍ୟନ୍ତ ଶୁଣାଇଥିଲେ । ଆମ ହିନ୍ଦୁ ପରମ୍ପରା କୁ ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ନଭେମ୍ବର 19 ତାରିଖରେ ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ପ୍ରଧାନମନ୍ତ୍ରୀଙ୍କୁ ଉପହାର ମାଧ୍ୟମରେ ଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *