ମଣିଷ ପୂର୍ବରୁ ମହାକାଶ ଯିବ ରୋବଟ୍

ମଣିଷ ପୂର୍ବରୁ ମହାକାଶ ଯିବ ରୋବଟ୍

ମହାକାଶ ଯିବ ରୋବର୍ଟ । ମଣିଷ ପୂର୍ବରୁ ରୋବଟକୁ ମହାକାଶ ପଠାଯିବ । ଭାରତର ବହୁ ପ୍ରତିକ୍ଷୀତ ମହାକାଶଯାନ, ଗଗନଯାନ ପୂର୍ବରୁ ଏକ ମହିଳା ରୋବଟ ମହାକାଶଚାରୀକୁ ପଠାଇବ ଭାରତ । ଏହି ରୋବଟର ନାଁ ରହିଛି ବ୍ୟୋମିତ୍ର । ସଂସ୍କୃତ ଶବ୍ଦ ବ୍ୟୋମର ଅର୍ଥ ହେଉଛି ମହାକାଶ ଏବଂ ମିତ୍ରର ଅର୍ଥ ହେଉଛି ବନ୍ଧୁ । ତେଣୁ ଏହି ମହିଳା ରୋବଟର ନାଁ ବ୍ୟୋମିତ୍ର ରଖାଯାଇଛି । ଭାରତର ଗଗନଯାନ ପୂର୍ବରୁ ଚଳିତବର୍ଷ ଶେଷ ଆଡକୁ ଏହି ମହିଳା ରୋବଟକୁ ମହାକାଶ ପଠାଯିବ । ପୃଥିବୀ ବାହାରେ ସଂକଟ ସମୟରେ କେମିତି କରିବ ମୁକାବିଲା, ସଂଭାବ୍ୟ ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଆସନ୍ତାବର୍ଷ ଗଗନଯାନ ମହାକାଶକୁ ପଠାଇବ ଭାରତ । ତେବେ ଅପ୍ରିତିକର ସ୍ଥିତିରେ ମଣିଷ କେମିତି ମୁକାବିଲା କରିବ ତାର ଅନୁଧ୍ୟାନ କରି ସୂଚନା ଦେବ ଏହି ରୋବର୍ଟ । ଗଗନଯାନ ହେଉଛି, ମ୍ୟାନ ମିଶନ ବା’ ଏହି ମହାକାଶ ଯାତ୍ରାରେ ମହାକାଶଚାରୀ ଯାତ୍ରା କରିବେ ।

author

Related Articles

Leave a Reply

Your email address will not be published. Required fields are marked *