ମତଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମତଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାନ ପର୍ବ । ଏହି ମହାନ ପର୍ବରେ ଯୋଗ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗତବର୍ଷ ଦ୍ରୌପଦୀ ମୁର୍ମୁ ନିଜର ଭୋଟର ପରିଚୟପତ୍ର ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ । ଏହାପୂର୍ବରୁ ଓଡ଼ିଶାରେ ଦ୍ରୌପଦୀ ମୁର୍ମୁଙ୍କର ଭୋଟର ଆଇଡି କାର୍ଡ ରହିଥିଲା ।

author

Related Articles

Leave a Reply

Your email address will not be published. Required fields are marked *