ମତଦାନ ପୂର୍ବରୁ ମାଆ ସମଲେଇଙ୍କ ଆର୍ଶୀବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ

ମତଦାନ ପୂର୍ବରୁ ମାଆ ସମଲେଇଙ୍କ ଆର୍ଶୀବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ୱଲପୁର ସଂସଦୀୟ କ୍ଷେତ୍ର ସାଙ୍ଗକୁ ବିଧାନସଭା କ୍ଷେତ୍ରରେ ମଧ୍ୟ ଜୋରଦାର ଚାଲିଛି ମତଦାନ । ମତଦାନ କରିବା ପୂର୍ବରୁ ସମ୍ୱଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି । କହିଲେ ,ମୋ ସୌଭାଗ୍ୟ ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନରେ ନିଜେ ଗୋଟିଏ ପକ୍ଷ ହୋଇଛି । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ ଓଡିଶାକୁ ଦେଶରେ ଏକ ନମ୍ବର ରାଜ୍ୟ କରିବାକୁ ମୋଦୀଙ୍କର ଆହ୍ୱାନକୁ ଓଡିଶାବାସୀ ଆଶୀର୍ବାଦ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଛନ୍ତି, ‘ବିଜେପି ସରକାର ଦିଲ୍ଲୀରେ ହେବ , ବିଜେପି ସରକାର ଓଡିଶାରେ ବି ହେବ ଯାହା ଲୋକଙ୍କର କଲ୍ୟାଣକାରୀ ହେବ । ଗରିବଙ୍କର ବିକାଶ ହେବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକେ ଆହୁରି ଭଲରେ ରହିବେ । ଏହା ଆମର ଏଲକ୍ଷ୍ୟ ।

author

Related Articles

Leave a Reply

Your email address will not be published. Required fields are marked *