ମଥୁରା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ

ମଥୁରା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ

ଉତ୍ତର ପ୍ରଦେଶର ମଥୁରା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଦୃଶ୍ୟ । ସେହି ଷ୍ଟେସନ ଦେଇ ଆସିଥିବା ଟ୍ରେନଟି ହଠାତ ଟ୍ରାକ ଛାଡି ପ୍ଲାଟଫର୍ମ ଉପରେ ମାଡିଗଲା । ଭୁଲବଶତଃ ଲୋକ ପାଇଲଟ ବ୍ରେକ ବଦଳରେ ଆକ୍ସିଲେଟର ଦବାଇଦେଇଥିଲା । ଏହା ଏକ ଇଏମ୍ୟୁ ଟ୍ରେନ ଅଟେ । ଅଚାନକ ଇଏମ୍ୟୁ ଟ୍ରେନଟି ପ୍ଲାଟଫର୍ମ ଉପରେ ମାଡିଯାଇଥିଲା । ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିନି । ପ୍ଲାଟଫର୍ମରେ ଥିବା ଯାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ିବା ଦେଖାଯାଇଥିଲା । ରେଳ ଅଧିକାରୀ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଦେଇଚନ୍ତି ।

author

Related Articles

Leave a Reply

Your email address will not be published. Required fields are marked *