ମଦ କାଚରେ ମିଳୁଛି ପେଟ୍ରୋଲ..

ମଦ କାଚରେ ମିଳୁଛି ପେଟ୍ରୋଲ..

ତାଜୁବ କଲା ମୋହନ ସରକାରଙ୍କ ନୂଆ ନିୟମ । ପ୍ଲାଷ୍ଟିକ ବୋତଲରେ ନୁହେଁ ମଦ କାଚରେ ମିଳୁଛି ପେଟ୍ରୋଲ । ହଁ ଆଜ୍ଞା, ମଦ ବିକ୍ରି ବଢାଇବାକୁ ଏକ ନୂଆ ଷ୍ଟ୍ରାଟେଜୀ ଆପଣାଇଛି ବିଜେପି । ମଦ କାଚରେ ପେଟ୍ରୋଲ ବିକ୍ରି କରିବାକୁ ଆହ୍ୱାନ ଦେଇଛନ୍ତି ସରକାର । ଯାହା ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ବାଲେଶ୍ୱର ଏଫଏମ ୟୁନିଭର୍ସିଟି ଛାତ୍ରୀ ମୃତ୍ୟୁ ମାମଲାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିବା ପ୍ରସଙ୍ଗ ହାଇଲାଇଟ୍ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିୟମ ଆଣିଲେ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଣିକି ପ୍ଲାଷ୍ଟିକ ବୋତଲରେ ନୁହେଁ କାଚ ବୋତଲରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିବା ନେଇ ଘୋଷଣା କରିଥିଲେ । ଯାହାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ପଡିଗଲେ । ପୂବରୁ ପେଟ୍ରୋଲ ସଙ୍କଟ ଦେଖାଗଲେ କିମ୍ବା କୌଣସି ଅସୁବିଧା ହେବା ପୂର୍ବରୁ ସାଧାରଣ ଲୋକେ ପେଟ୍ରୋଲ ଟାଙ୍କିରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ରଖୁଥିଲେ । କିନ୍ତୁ ଏବେ ଏହା ଉପରେ ସରକାର ରୋକ ଲଗାଇଛନ୍ତି । ଏବଂ ପ୍ଲାଷ୍ଟିକ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବା ନେଇ ଘୋଷଣା କରିଛନ୍ତି । କିନ୍ତୁ କାଚ ବୋତଲ କେଉଁଠୁ ଆଣିବେ ତାକୁ ନେଇ ସାଧାରଣ ଲୋକେ ଚିନ୍ତିତ ଥିବା ବେଳେ ପେଟ୍ରୋଲ ପମ୍ପରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବକ ମଦ କାଚରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଉଥିବା ଦେଖିବାକୁ ମିଳିଛି । ଆଉ ଏଥିରୁ ମଦ ବିକ୍ରି ବଢାଇବା ପାଇଁ ସରକାର ଏପରି ନିୟମ ଆଣିଥିବା ଚର୍ଚ୍ଚା ହେଲାଣି ।

ତେବେ ପୂର୍ବରୁ ସରକାରକୁ ଆସୁ ଆସୁ ରାଜ୍ୟରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ମନ୍ତ୍ରୀମାନେ ବୟାନବାଜି କରୁଥିଲେ । କିନ୍ତୁ ଏଥିରୁ ରାଜସ୍ୱକୁ କ୍ଷତି ପହଁଞ୍ଚିବା ନେଇ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇବା ପରେ ନିଜ ମନ୍ତବ୍ୟରୁ ପଛଘୁଞ୍ଚା ଦେଲେ ମନ୍ତ୍ରୀ । ହେଲେ ଆଉ ନୂଆ ମଦ ଦୋକାନ ଖୋଲା ହେବନି ଏବଂ ବେଆଇନ ଭାଟି ଭାଙ୍ଗିବା ନେଇ ପଦକ୍ଷେପ ନେଉଥିବା ବୟାନବାଜି କରୁଥିଲେ । କିନ୍ତୁ ଏବେ ମଦ ବିକ୍ରି ବଢାଇବା ପାଇଁ ଏକ ଗେମ୍ ଖେଳି ଚତୁରତାର ସହ ଏପରି ନିୟମ ଲାଗୁ କରୁଛନ୍ତି । ଯାହାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିଁ ଏବଂ ବିଜେପି ଟଙ୍କା ପାଇଁ ବିକଳ ହେଉଥିବା ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *