ମଧୁମେହ ରୋଗରେ ପୀଡିତ କେଜ୍ରିୱାଲ !

ମଧୁମେହ ରୋଗରେ ପୀଡିତ କେଜ୍ରିୱାଲ !

ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଜେଲରେ ଥାଇ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଓଜନ ସାଢେ ୪ କେଜି କମିଥିବା ନେଇ ଆପ୍ କହିଛି । ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏନେଇ ଆଜି ସୂଚନା ଦେଇ କହିଛନ୍ତି, କେଜ୍ରିୱାଲ ମଧୁମେୟ ରୋଗରେ ପୀଡ଼ିତ ଅଛନ୍ତି । କେଜ୍ରିୱାଲଙ୍କ ସ୍ୱାସ୍ଥ୍ର୍ୟରେ ଅବନତି ଘଟିଛି । ସେ ଗିରଫ ହେବା ପରଠୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରେ ଲାଗିଛି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ଅତିଶୀ । ତେବେ ଯଦି କେଜ୍ରିୱାଲଙ୍କ କିଛି ଘଟେ କେବଳ ଦେଶ ନୁହେଁ ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଆପ ନେତ୍ରୀ । ସେପଟେ ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି, ଜେଲରେ ଦୁଇ ଦିନ ରହିବା ଭିତରେ କେଜ୍ରିୱାଲଙ୍କ ଓଜନ କମିନାହିଁ । ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *