ମଧ୍ୟପ୍ରଦେଶରେ ୩୫ ଜଣ ନେତାଙ୍କୁ ନିଲମ୍ବନ

ମଧ୍ୟପ୍ରଦେଶରେ ୩୫ ଜଣ ନେତାଙ୍କୁ ନିଲମ୍ବନ

ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ନିଆଯାଇଛି ବଡ ଆକ୍ସନ । ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବିରୋଧି ନେତାଙ୍କ ବିରୋଧରେ ଦଳ ତରଫରୁ ବଡ ପଦକ୍ଷେପ ନିଆଯାଇଛି । ଦଳ ବିରୋଧି ଥିବା ୩୫ ଜଣ ନେତାଙ୍କୁ ୬ବର୍ଷ ପାଇଁ ନିଲମ୍ବନ କରାଯାଇଛି । ଦଳରୁ ନିଲମ୍ବିତ ହୋଇଥିବା ନେତାମାନେ ବିଜେପିର ନିର୍ବାଚନୀ ଯୋଜନାକୁ ବିଗାଡି ପାରନ୍ତି ବୋଲି ଆଶା କରାଯାଉଛି । ସେମାନଙ୍କ ମଧ୍ୟରୁ କିଛିନେତା କଂଗ୍ରେସ ସମର୍ଥନରେ ପ୍ରଚାର କରିପାରନ୍ତି ବୋଲି ଆକଳନ କରାଯାଉଛି ।ଦଳରୁ ନିଲମ୍ବିତ ନେତାଙ୍କ ମଧ୍ୟରୁ କିଛି ନେତା ବିଧାନସଭା ପ୍ରାର୍ଥୀ ଭାବେ ନିର୍ଦ୍ଦଳୀୟ ନିର୍ବାଚନ ଲଢିବାକୁ ନାମାଙ୍କନ ମଧ୍ୟ ଭରିଛନ୍ତି । ଗୋଟିଏ ପଟେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟପ୍ରଦେଶରେ ଡେରା ପକାଇଛନ୍ତି । ସଭା ପରେ ସଭା କରି ଉଭୟ କେନ୍ଦ୍ରୀୟ ନେତା କଂଗ୍ରେସର ଭ୍ରଷ୍ଟାଚାରକୁ ଉଜାଗର କରୁଛନ୍ତି । ସେପଟେ କଂଗ୍ରେସ ଦଳର ନେତାମାନେ ମଧ୍ୟ ନିର୍ବାଚନୀ ପ୍ରଚାରକୁ ଜୋରଦାର ଚଳାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ମଧ୍ୟପ୍ରଦେଶ ନେତା କମଳନାଥ, ଦିଗବିଜୟ ସିଂ ମଧ୍ୟ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଶିବରାଜ ସରକାରକୁ କମିଶନ ସରକାର କହି କଂଗ୍ରେସ ପ୍ରତିଟି ସଭା ମଞ୍ଚରେ ବିଜେପିକୁ ଟାର୍ଗେଟ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *