ମଧ୍ୟପ୍ରଦେଶ ଓ ଛତିଶଗଡରେ ଶପଥ ଗ୍ରହଣରେ ସାମିଲ ହେବେ ମୋଦି

ମଧ୍ୟପ୍ରଦେଶ ଓ ଛତିଶଗଡରେ ଶପଥ ଗ୍ରହଣରେ ସାମିଲ ହେବେ ମୋଦି

ଆସନ୍ତାକାଲି ଦୁଇଟି ରାଜ୍ୟରେ ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ଓ ଛତିଶଗଡରେ ଶପଥ ଗ୍ରହଣ ହେବ ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ବୁଧବାର ଦିନ ସାଢେ ୧୧ଟା ବେଳେ ମୋଦୀ ମଧ୍ୟପ୍ରଦେଶରେ ପହଞ୍ଚିବେ । ସେଠାରେ ସେ ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ଏହାପରେ ଅପରାହ୍ନ ୪ଟା ବେଳେ ଛତିଶଗଡରେ ପହଞ୍ଚିବା ସହିତ ସେଠାରେ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଗତ ସୋମବାର ଦିନ ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିଲା ଦଳ । ଶିବରାଜ ସିଂ ଚୌହାନଙ୍କ ବଦଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା । ଯାହାପରେ ଆସନ୍ତାକାଲି ତାଙ୍କର ଶପଥଗ୍ରହଣ ସମାରୋହ ହେବାକୁ ଯାଉଛି । ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରୀୟ ମନ୍ତ୍ରୀ ବି ସାମିଲ ହେଇପାରନ୍ତି ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *