ମନ୍ତ୍ରୀଙ୍କ ପ୍ରଶ୍ନରେ ଥରିଲେ ସରକାରୀ କର୍ମଚାରୀ

ମନ୍ତ୍ରୀଙ୍କ ପ୍ରଶ୍ନରେ ଥରିଲେ ସରକାରୀ କର୍ମଚାରୀ

ଅଚାନକ ସମ୍ୱଲପୁର ସଦର ତହସିଲ ଗସ୍ତ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରାଉଣ୍ଡରେ ବୁଲି ସରକାରୀ କାର୍ଯ୍ୟ ଠିକ ଭାବେ କରାଯାଉଛି କି ନାଇ ସେ ନେଇ କରୁଥିଲେ ତଦାରଖ । କିନ୍ତୁ ତହସିଲ କାର୍ଯ୍ୟାଳୟରେ ମନ୍ତ୍ରୀ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେବ । ହଁ ଆଜ୍ଞା ନୂଆ ବିଜେପି ସରକାର ଆସିବା ପରେ ଏବେ ଫୁଲ ଆକ୍ସନ ମୋଡରେ ନେତା ମନ୍ତ୍ରୀ । ନୂଆ ସରକାର ନୂଆ ମନ୍ତ୍ରୀ ଏବଂ ନୂଆ ଆକ୍ସନ । ସମ୍ୱଲପୁର ତହସିଲ ଅଫିସର କାଯ୍ୟ ତଦାରଖ କରିବା ପାଇଁ ହଠାତ ଯାଇ ସେଠାରେ ପହଞ୍ଚି ଯାଇଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜରୀ । କିନ୍ତୁ ଅଫିସରେ ନାହାନ୍ତି ଅଫିସର ଝୁଲୁଛି ତାଲା । ହଠାତ ମନ୍ତ୍ରୀଙ୍କୁ ଦେଖି ତାଜୁବ ସରକାରୀ କର୍ମଚାରୀ । ତହସିଲଦାରଙ୍କ ସମେତ କର୍ମଚାରୀଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ପାଖରେ ଅଭିଯୋଗର ତାଲିକା ପହଞ୍ଚିଥିଲା । ଯେଉଁଥିପାଇଁ ସିଧା ସିଧା ଆକ୍ସନ ନେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ରାଜସ୍ୱ ମନ୍ତ୍ରୀ । ସେଠାରେ ଲୋକଙ୍କ କାମ କମ ଚାଲିଛି କିନ୍ତୁ କର୍ମଚାରୀଙ୍କ ମନମାନୀ ଅଧିକା ଚାଲିଛି । ଅବବ୍ୟବସ୍ଥାରେ ବୁଡି ରହିଛି ସମ୍ୱଲପୁର ତହସିଲ କାର୍ଯ୍ୟାଳୟ । ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲା ପଡିଛି ଏବଂ ଅପରିଷ୍କାର ମଧ୍ୟ ହୋଇଛି । ତାଲା ଖୋଲିବାକୁ କହିଲେ ବାହାନା କରୁଛନ୍ତି କର୍ମଚାରୀ । ତେବେ ମନ୍ତ୍ରୀଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ କର୍ମଚାରୀ ଏବଂ କହିଥିଲେ ତହସିଲ ଦାର ଫିଲଡକୁ ଯାଇଥିଲେ । ସମ୍ୱଲପୁର ତହସିଲ କାର୍ଯ୍ୟାଳୟରେ ଏଭଳି ହୀନ ଚିତ୍ର ସାମ୍ନାକୁ ଆସିଥିଲା । ସରକାରୀ କାର୍ଯ୍ୟାଳୟରେ ଏପରି ଅବ୍ୟବସ୍ଥା ଦେଖିବା ପରେ କର୍ମଚାରୀଙ୍କୁ ୱାର୍ଣ୍ଣିଂ ଦେଇ ଫେରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଣିକି କାର୍ଯ୍ୟ ଠିକ ଭାବେ ନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

author

Related Articles

Leave a Reply

Your email address will not be published. Required fields are marked *