ମନ୍ତ୍ରୀଙ୍କ ବୟାନବାଜିକୁ ନେଇ ରାଜନୀତିରେ ଝଡ !

ମନ୍ତ୍ରୀଙ୍କ ବୟାନବାଜିକୁ ନେଇ ରାଜନୀତିରେ ଝଡ !

ମନ୍ତ୍ରୀଙ୍କ ବୟାନବାଜିକୁ ନେଇ ମୋହନ ସରକାରଙ୍କ ଉପରକୁ ଉଠୁଛି ପ୍ରଶ୍ନ । ସରକାରକୁ ଆସିବାର ଦୁଇ ମାସ ପରେ ବି ମନ୍ତ୍ରୀମାନେ ନିଜ କାମ କଣ ତାହା ଠିକ ସେ ବୁଝିପାରୁନଥିବା ଅଭିଯୋଗ ଏବେ ବି ସାମ୍ନାକୁ ଆସୁଛି । ବିଭାଗୀୟ ମନ୍ତ୍ରୀମାନେ ନିଜ ବିଭାଗ ଛାଡି ଅନ୍ୟ ବିଭାଗ ସମ୍ପର୍କରେ ଘୋଷଣା କରୁଥିବାରୁ ଏହାକୁ ନେଇ ରାଜନୀତିର ମାହୋଲ ଉଷ୍ମ ହେଉଛି । ଗଣଶିକ୍ଷାମନ୍ତ୍ରୀ ଆଇନ ମନ୍ତ୍ରୀଙ୍କ କଥା କହୁଥିବା ବେଳେ ଆଇନ ମନ୍ତ୍ରୀ ଉଚ୍ଚଶିକ୍ଷା ବିଭାଗ ସମ୍ପର୍କରେ ଘୋଷଣା କରୁଛନ୍ତି । ଯାହାର ଉଦାହରଣ ପ୍ରଥମେ ମଦ ବନ୍ଦ ପ୍ରସଙ୍ଗ, ପରେ ବିଜୁ କ୍ରୀଡା ସମ୍ମାନ ନାମ ପରିବର୍ତନ ପ୍ରସଙ୍ଗ ଆଉ ଏବେ ଛାତ୍ର ନିବାଚନ ପ୍ରସଙ୍ଗରୁ ସ୍ପଷ୍ଟ ହୋଇପଡିଛି । ଆଉ ଏହି ସବୁ ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀ ମାନଙ୍କ କଥାରେ ତାଳମେଳ ରହୁନଥିବାରୁ ଏହାକୁ ସାଧାରଣରେ ଗ୍ରହଣ କରାଯାଉନାହଁ । ଏବଂ କେବେ ସେମାନେ ନିଜ ବିଭାଗ ବୁଝିବେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *