ମନ୍ଦିର ପରିସରରେ ମୋବାଇଲ ବ୍ୟାନ

ମନ୍ଦିର ପରିସରରେ ମୋବାଇଲ ବ୍ୟାନ

ଚାରିଧାମ ଦର୍ଶନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ବଡ ଖବର । ଏଣିକି ମନ୍ଦିର ପରିସରରେ ବ୍ୟବହାର କରିପାରିବେନି ମୋବାଇଲ ଫୋନ ଓ କ୍ୟାମେରା । ଚଳିତ ବର୍ଷ ଠାରୁ ଏହା ଲାଗୁ କରାଯିବ । ଗଡ଼ୱାଲ କମିସନର ବିନୟ ଶଙ୍କର ପାଣ୍ଡେ ଗଣମାଧ୍ୟମଙ୍କୁ କହିଛନ୍ତି ଯେ ମୋବାଇଲ ଫୋନ୍ ଏବଂ କ୍ୟାମେରାକୁ ଅନୁମତି ଦେବା ଦ୍ୱାରା ଦର୍ଶନରେ ବହୁ ସମସ୍ୟା ଆସୁଛି। ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଯିବ । ଦର୍ଶନ କରିବା ପୂର୍ବରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଫୋନ୍ ଏବଂ କ୍ୟାମେରା ଜମା କରାଯିବ । ଦର୍ଶନ ପରେ ଶ୍ରଦ୍ଧାଳୁଙ୍କୁ ତାଙ୍କ ମୋବାଇଲ ଫୋନ୍ ଦିଆଯିବ, ସେମାନେ ମନ୍ଦିର ବ୍ୟାକଗ୍ରାଉଣ୍ତରେ ଛିଡା ହେଇ ନିଜର ଫୋଟ ଏବଂ ଭିଡିଓ ନେଇପାରିବେ।

author

Related Articles

Leave a Reply

Your email address will not be published. Required fields are marked *