ମନ୍ମଥଙ୍କୁ ଅପରଜିତାଙ୍କ କଟାକ୍ଷ

ମନ୍ମଥଙ୍କୁ ଅପରଜିତାଙ୍କ କଟାକ୍ଷ

ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ସେତିକି ରୋଚକ ମୋଡ ନେଉଛି ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ବୟାନବାଜୀ । ଉଭୟ ପରସ୍ପରଙ୍କୁ ପ୍ରଚାର ମୈଦାନରେ ଆକ୍ଷେପ କରୁଥିବା ବେଳେ ଏବେ ଏହା ତୀବ୍ର ରୂପ ନେଲାଣି । ତେବେ ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ପୁଣି କଟାକ୍ଷ କରିଛନ୍ତି ମନ୍ମଥଙ୍କ ପ୍ରତିଦ୍ୱନ୍ଦୀ ଅପରାଜିତା ଷଡଙ୍ଗୀ । ମନ୍ମଥଙ୍କ ନିଜସ୍ୱ ପରିଚୟ ନାହିଁ, ବାପାଙ୍କ ନାଁ ଧରି ବୁଲୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ଅପରାଜିତା । ଏହା ସହ ସୁରଙ୍କ ବିନା ମନ୍ମଥଙ୍କର କୌଣସି ପରିଚୟ ନାହିଁ ବୋଲି କହିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଏପରିକି ବିଜେଡିକୁ ମଧ୍ୟ ତାଚ୍ଛଲ୍ୟ କରିବାକୁ ପଛାଇ ନାହାନ୍ତି ମ୍ୟାଡାମ ଅପରାଜିତା । ୨୪ ବର୍ଷଧରି ରାଜ୍ୟରେ କ୍ଷମତାସୀନ ବିଜେଡି ପାଖରେ ଜଣେ ପରିପକ୍ୱ ଓ ନିଜସ୍ୱ ପରିଚୟରେ ପରିଚିତ ବ୍ୟକ୍ତିଙ୍କ ଅଭାବକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି । ଏହା ସହ ଭୁବନେଶ୍ୱର ସାଂସଦ ହେବା ପାଇଁ ବହୁତ୍ ଅଭିଜ୍ଞ ହେବା ଦରକାର ବୋଲି କହିବା ସହିତ ଅପରାଜିତା ମନ୍ମଥଙ୍କ ପ୍ରାର୍ଥୀତ୍ୱକୁ କଟାକ୍ଷ କରିଥିବା ସାଧାରଣରେ ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *