ମମତାଙ୍କ ପରେ ଟିଏମସିର ଗାଦି ସମ୍ଭାଳିବେ ଅଭିଷେକ ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଟିଏମସିର ଗାଦି ସମ୍ଭାଳିବେ ଅଭିଷେକ ବାନାର୍ଜୀ । ମମତା ବାନାର୍ଜୀଙ୍କ ରାଜନୈତିକ ଉତ୍ତରାଧୀକାରୀ ହେବେ ତାଙ୍କ ପୁତୁରା ଅଭିଷେକ । ଏଭଳି କିଛି ଘୋଷଣା କରିଛନ୍ତି ଟିଏମ୍ସିର ପ୍ରବକ୍ତା କୁନାଲ ଘୋଷ । ଏନେଇ ଗଣମାଧ୍ୟମଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମମତା ବାନାର୍ଜୀ ଆସନ୍ତା ୨୦୩୬ ମସିହା ପର‌୍ୟ୍ୟନ୍ତ ଦଳର ମୁଖିଆ ଭାବେ କାମ କରିବେ। ଆମେ ତାଙ୍କ ନେତୃତ୍ୱରେ କାମ କରିବୁ। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଭିଷେକ ବାନାର୍ଜୀଙ୍କୁ ଦଳର ମୁଖିଆ ଭାବେ ଅଭିଷିକ୍ତ କରାଯିବ ।


ଗତ ମାସ ପ୍ରାରମ୍ଭରେ ଟିଏମ୍ସିର ଅଭିଷେକ ବାନାର୍ଜୀଙ୍କ ମତାମତକୁ ନେଇ ବିବାଦ ଦେଖାଦେଇଥିଲା। ସେ କହିଥିଲେ, ରାଜନୀତି କିମ୍ବା ଅନ୍ୟ ଯେକୌଣସି କ୍ଷେତ୍ରରେ ସର୍ବାଧିକ ବୟସ ସୀମା ରହିବା ଉଚିତ । କାରଣ ଜଣେ ୩୦,୩୫ ବର୍ଷୀୟ ଯୁବକ ଯେଉଁ କାମ କରି ପାରିବେ ୮୦ ବର୍ଷୀୟ ସେହି ଦକ୍ଷତାର ସହ କରି ପାରିବେନି ।


ଏହାକୁ ନେଇ ବିବାଦ ଦେଖାଦେବା ପରେ ଅଭିଷେକ ବାନାର୍ଜୀ ନିଜ ତରଫରୁ ସ୍ପଷ୍ଟୀକରଣ ଦେଇ କାହାକୁ ଟାର୍ଗେଟ କରି ଏପରି କହି ନ ଥିବା କହିଲେ। ଏଥିସହ ଦୀର୍ଘ ବର୍ଷର ଅନୁଭବ ହେତୁ ବୟସ୍କଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା କହିଛନ୍ତି। ନିଜ ପୁତୁରାଙ୍କ ମତ ଉପରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଥିଲେ, ଦଳ ମଧ୍ୟରେ ବୟସକୁ ନେଇ କୌଣସି ପ୍ରକାର ବାଧକ ନାହିଁ। ଏଥିସହ ଦଳର ଯୁବ ସଦସ୍ୟମାନେ ବରିଷ୍ଠଙ୍କୁ ସମ୍ମାନ ଦେବା ସହ ବରିଷ୍ଠମାନେ ମଧ୍ୟ କନିଷ୍ଠଙ୍କ ପ୍ରତି ସକରାତ୍ମକ ମନୋଭାବ ରଖିବାକୁ ସେ ପରାମର୍ଶ ଦେଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *