ମମତାଙ୍କ ବିସ୍ପୋରକ ବୟାନ… ଧମକ ଦେଉଥିଲେ ପ୍ରଣବ !

ମମତାଙ୍କ ବିସ୍ପୋରକ ବୟାନ… ଧମକ ଦେଉଥିଲେ ପ୍ରଣବ !

ରାଜ୍ୟସଭା ସାଂସଦ ପଦବୀରୁ ଓ ବିଜେଡିର ପ୍ରାଥମିକତା ପଦବୀରୁ ମମତା ମହନ୍ତଙ୍କ ଇସ୍ତଫା ପରେ ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି । ସୋସିଆଲ ମିଡିଆରେ ଗୋଟିଏ ଚର୍ଚ୍ଚା ଆଗାମୀ ଦିନରେ ବୁଡିଯିବ କି ବିଜେଡିର ଗଡ । ଏଭଳି ଅନେକ ପ୍ରଶ୍ନ ଏବେ ଓଡିଶା ରାଜନୀତିରେ ଉଙ୍କି ମାରୁଛି । କାହିଁକିନା ବିଜେଡିର ଗଡ ଛିଡିବାରେ ଲାଗିଛି ଏବଂ ଧୀରେ ଧୀରେ ସୃଦୁଢ ହେଉଛି ବିଜେପି ଗଡ । ହଠାତ ମମତାଙ୍କ ଦଳ ଡିଆଁ ନବୀନଙ୍କୁ ଦେଇଛି ମାଷ୍ଟରଷ୍ଟ୍ରୋକ । ବିଜେପିରେ ସାମିଲ ହେବା ପରେ ବିଜେଡିର ଗୁମର ଖୋଲିବାରେ ଲାଗିଛନ୍ତି ମମତା ମହନ୍ତ । ବିଜେଡିର କ୍ଷମତାରେ ଧରାକୁ ସରା ମଣୁଥିଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ଦଳୀୟ ନେତାଙ୍କୁ ନିଜ କଥାରେ ଉଠବସ କରାଉଥିଲେ ପ୍ରଣବ । ଯିଏ ବିଜେଡି ଛାଡିଲା ସେ ବିଜେଡିକୁ ଧୋଇଲା । ବିଜେପିରେ ସାମିଲ ହୋଇ ପ୍ରଣବଙ୍କ ପୋଲ ଖୋଲିବାରେ ବ୍ୟସ୍ତ ବିଜେଡିର ଦଳଡିଆଁ ନେତା । ହଁ ଆଜ୍ଞା ଦିଲ୍ଲୀରୁ ଓଡିଶା ଫେରିବା ପରେ ମମତା ମହନ୍ତ ଦେଇଛନ୍ତି ବିସ୍ପୋରକ ବୟାନ । ସଙ୍ଗଠନ ସଜାଡିବା ବଦଳରେ ନିଜର ପତିଆରାକୁ ଦେଖାଉଥିଲେ ପ୍ରଣବ ପ୍ରକାଶ ଦାସ । ସାଂସଦ ଥିଲେ ମମତା ମହନ୍ତ କିନ୍ତୁ ସାଙ୍ଗଠନିକ ସଂପାଦକ ହୋଇ ତାଙ୍କ ଉପରେ ଚଲାଉଥିଲେ ହୁକୁମ । କୁଡୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ସେ ନିଜ ସଂପ୍ରଦାୟ ପାଇଁ ଯେଉଁ କାମ କରିବାକୁ ଚାହୁଁଥିଲେ ତାହା କରିବାକୁ ଦେଉନଥିଲେ ବବି । ମମତାଙ୍କ ସାଂସଦ ପାଣ୍ଠି ଖର୍ଚ୍ଚ କରିବା ପାଇଁ ବବି ଦେଉଥିଲେ ନିର୍ଦ୍ଦେଶ । ବବିଙ୍କ ବିରୁଦ୍ଧରେ ଏଭଳି କିଛି ବିସ୍ପୋରକ ବୟାନ ଦେଇଛନ୍ତି ବିଜେପି ନେତ୍ରୀ ମମତା ମହନ୍ତ । ଆହୁରି ମଧ୍ୟ ମମତାଙ୍କୁ ତାରିଖ ଡରାଣ ଦେଖାଉଥିଲେ ପ୍ରଣବ ପ୍ରକାଶ ଦାସ । 4 ତାରିଖ ହେଲେ ତମକଥା ବୁଝାହେବ । ଅର୍ଥ ଓ କ୍ଷମତାରେ ଅନ୍ଧ ହୋଇପଡିଥିବା ବବିଙ୍କ ଗୁମର ଖୋଲିବା ପରେ ଏବେ କଣ ହେବ ରାଜ୍ୟରାଜନୀତିରେ ବବିଙ୍କ ଭବିଷ୍ୟତ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *