ମମତାଙ୍କ ସ୍ଥାନ ନେବେ ସମୀର ଦାସ ନା ମନମୋହନ ସାମଲ ?

ମମତାଙ୍କ ସ୍ଥାନ ନେବେ ସମୀର ଦାସ ନା ମନମୋହନ ସାମଲ ?

ଫାଟୁଛି ଶଙ୍ଖ ଶିବିର । ହଁ ଦର୍ଶକବନ୍ଧୁ ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ସାଂସଦ ପଦବୀ ତା ସାଙ୍ଗକୁ ବିଜେଡିର ପ୍ରାଥମିକତା ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ମମତା । ହଠାତ ମମତାଙ୍କ ଏପରି ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ନିର୍ବାଚନରେ ପରେ ବିଜେଡିର ଶୋଚନୀୟ ପରାଜୟ ପରେ ପୁଣିଥରେ ବିଜେଡିକୁ ଏକ ଶକ୍ତ ଝଟକାଲାଗିଛି । ମମତା 2020ରେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 2025 ଏପ୍ରିଲ 30ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥାଆନ୍ତା । ପରନ୍ତୁ ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ମମତା ନେଲେ ଏପରି କିଛି ନିଷ୍ପତ୍ତି । କୁଡୁମି ସଂପ୍ରଦାୟର ଜଣେ ଟାଣୁଆ ନେତା ହେଲେ ମମତା । କିନ୍ତୁ ତାଙ୍କ ଇସ୍ତଫା ବିଜେଡି ମେରୁଦଣ୍ଡକୁ ଦୋହଲାଇ ଦେଇଛି । ସେ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ ମୁଁ ଯେହେତୁ ଲୋକଙ୍କ ନେତା ତେଣୁ ଲୋକଙ୍କ ସେବା ପାଇଁ ମୁଁ ସେଇ ଦଳରେ ରହିବାକୁ ଆବଶ୍ୟକ ମନେ କରୁନାହିଁ । ତେବେ ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା 9ରୁ 8କୁ ଖସିଛି । ବର୍ତ୍ତମାନ ଗୋଟିଏ ଚର୍ଚ୍ଚା ଯଦି ରାଜ୍ୟସଭା ନିର୍ବାଚନ ହୁଏ ତେବେ ବିଜେପି କାହାକୁ ନିଜର ପ୍ରାର୍ଥୀ ରୂପେ ଘୋଷଣା କରିବ । ରେସରେ ଅଛନ୍ତି ବିଜେପିର ଦୁଇ ଟାଣୁଆ ନେତା । ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର ବିଜେପି ନେତା ସମୀର ଦାସ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମିଳିପାରେ ରାଜ୍ୟସଭା ସାଂସଦ ପଦବୀ । କାହିଁକିନା ନିର୍ବାଚନ ସମୟରେ ନିମାପଡାରେ ଉପମୁଖ୍ୟମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଜିତାଇବାରେ ସମୀର ଦାସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅନ୍ୟପଟେ ରାଜ୍ୟ ସଭାପତି ମନମୋହନ ସାମଲ ନିରବାଚନ ଲଢିଥିଲେ ସୁଦ୍ଧା ସଭାପତି ଭାବେ ଦଳର ସଙ୍ଗଠନକୁ ମଜଭୁତ କରି ରଖିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ତେବେ ଏହି ଦୁହିଁଙ୍କ ନାମ ବିଜେପିରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପାଇଁ ଆଗରେ ରହିଥିବା ବେଳେ ଏହି ଦୁହିଁଙ୍କ ମଧ୍ୟରୁ କାହାକୁ ମୋହନ ବାବୁ ରାଜ୍ୟସଭା ପଠାଇବେ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *