ମରୁଡିକୁ ନେଇ ଚିନ୍ତାରେ ଚାଷୀକୂଳ

ମରୁଡିକୁ ନେଇ ଚିନ୍ତାରେ ଚାଷୀକୂଳ

ଚିନ୍ତାରେ ଚାଷୀକୂଳ । ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କ ସଂସାର ଉଜାଡି ଦେଇଛି । ଏ ବର୍ଷ କମ୍ ବର୍ଷା ହୋଇଥିବା ହେତୁ ଧାନ ଚାଷ ଠିକ ଭାବେ ହୋଇପାରନାହିଁ । ଗଞ୍ଜାମ ଜିଲ୍ଲା ଆସିକା, ଧରାକୋଟ ଓ ସେରଗଡ଼ର ଅନେକ ପଞ୍ଚାୟତରେ ଜମି ଫାଟି ଆଁ । ଧାନ ଗଛ ପୋଡ଼ିଗଲାଣି । ମରୁଡ଼ି ହୋଇପାରେ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହା ମଧ୍ୟ ଫାଟି ଆଁ କରିଛି । ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ଯଥେଷ୍ଟ ପରିମାଣର ପାଣି ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡ଼ି ଯାଇଛି । ପୁଣି ଯେଉଁ କେତେକ ଜମିରେ ଧାନ ଗଛ ବଞ୍ଚିଛି ସେଥିରେ ଧାନ କେଣ୍ଡା ନାହିଁ । ତେଣୁ ଚାଷି ଚିନ୍ତାରେ ଚଳିତ ବର୍ଷ କଣ ଖାଇବେ ଆଉ ଚାଷ ପାଇଁ ଆଣିଥିବା ରୁଣ ଭାର ସୁଝିବେ କିପରି । ତେବେ ଏପରି ସ୍ଥିତିରେ ସରକାରଙ୍କ ସହାୟତା ଦାବି କରିଛନ୍ତି ଚାଷୀକୂଳ ।

author

Related Articles

Leave a Reply

Your email address will not be published. Required fields are marked *