ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

କଂଗ୍ରେସ ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ମହମ୍ମଦ ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପର ରହିତାଦେଶ ଜାରି କରି ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ କରିଛନ୍ତି । ପୂର୍ବରୁ ହାଇକୋର୍ଟ ନିର୍ବାଚନ ସତ୍ୟପାଠ ଅନିୟମିତତା ମାମଲାରେ ମୋକିମଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ରାୟକୁ ମୋକିମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *