ଏହି ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତି ପିଠ ହେଉ ବା ପୂଜା ମଣ୍ଡପରେ ମହାଆଡମ୍ବର ରେ ପାଳିତ ହୋଇଯାଇଛି ଦଶହରା | ଯଦି ଖଲ୍ଲିକୋଟ କଥା କହିବା ଏଠି ତିନୋଟି ପାରମ୍ପରିକ ପୂଜା ମଣ୍ଡପ ରେ ପୂଜା ପାଉଥିଲେ ମା ଜଗତଜନନୀ | ପ୍ରାୟ ସମସ୍ତ ଗାଡ଼ି ମାଲିକ ମାନେ ସେମାନଙ୍କ ଯାନବାହାନ ସହିତ ନିଜନିଜର ବ୍ୟବସାୟିକ ପ୍ରତିଷ୍ଠାନ ରେ ମଧ୍ଯ ମା ଦୁର୍ଗା ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ | ଖଲ୍ଲିକୋଟ ବିଦ୍ୟୁତ୍ ବିଭାଗ ପୂଜା ପ୍ୟାଣ୍ଡଲର ମା ଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ମନଲୋଭା ହୋଇଥିବା ବେଳେ, ଖଲ୍ଲିକୋଟର ଧରକୋଟ ସାହି ଓ ବଡଦାଣ୍ଡ ସାହି ରେ ଅନୁଷ୍ଟିତ ଦୁଈଟି ପ୍ରମୁଖ ଅସ୍ଥାୟୀ ପୂଜା ମଣ୍ଡପ ସାଜସଜ୍ଜା କାରୁକାର୍ଯ୍ୟ ଓ ସନ୍ଧ୍ୟା ର ଆଲୋକ ସଜା ପୂର୍ଣ୍ଣ ମନମୁଗ୍ଧକର ଥିଲା | ବଡଦାଣ୍ଡ ସାହି ମଣ୍ଡପ ରେ ସପ୍ତମୀ ଦିନ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା ଅନୁଷ୍ଟିତ ହେଉଥିବା ବେଳେ ଧରାକୋଟ ସାହି ବାଡ଼ରେ ମହାଅଷ୍ଟମୀ ଠାରୁ ଦଶମୀ ଦିନ ପଯ୍ୟନ୍ତ ପୂଜାପାଇଥାନ୍ତି ମା | ସନ୍ଧ୍ୟା ରେ ଝିଲ୍ ମିଲ୍ ଆଲୋକ ମାଳା ର ସୁସଜ୍ଜିତ ତୋରଣ ସହିତ ଚଳ ଚଞ୍ଚଳ ହୋଇଉଠେ ଖଲ୍ଲିକୋଟ ସହର | ସହ ସହ ଶ୍ରଦ୍ଧାଳୁ ମଣ୍ଡପ ରେ ଦୂର୍ଗତି ନାଶିନୀ ମାଆ ଦୁର୍ଗା ଙ୍କୁ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେ କରିଥିଲେ
You can share this post!
author