ମହାନଦୀ ଉପରେ ହେବ ଆଉ ଏକ ସେତୁ

ମହାନଦୀ ଉପରେ ହେବ ଆଉ ଏକ ସେତୁ

ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର କ୍ୟାବିନେଟ ବୈଠକ ସରିଛି । ଏଥିରେ 14ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହି କ୍ୟାବିନେଟ ବୈଠକରେ ବଡ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମହାନଦୀରେ ତିଆରି ହେବ ଆଉ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡି-ସାହୁଖେତ ରାସ୍ତାରେ ହେବ ସେତୁ ନିର୍ମାଣ । ସେତୁ ନିର୍ମାଣରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ ଆଉ ଏହା ୩ ବର୍ଷରେ ଶେଷ ହେବ । ସେତୁ ନିର୍ମାଣ ଦ୍ୱାରା କଟକ-ଚାନ୍ଦବାଲି ଓ କଟକ-ପାରାଦୀପ ରାସ୍ତାରେ ସହଜ ହେବ ଯାତାୟାତ ।

author

Related Articles

Leave a Reply

Your email address will not be published. Required fields are marked *