ମହାନ ପର୍ବ ପୁଅଜିଉଁତିଆ ପାଳିତ

ମହାନ ପର୍ବ ପୁଅଜିଉଁତିଆ ପାଳିତ

କୁହାଯାଏ ବାର ମାସରେ ତେର ପର୍ବ l ଠିକ ସେମିତି ସମସ୍ତ ପର୍ବ ପର୍ବାଣି ମଧ୍ୟରେ ପଶ୍ଚିମଓଡ଼ିଶା ର ଏକ ମହାନ ପର୍ବ ହେଉଛି ପୁଅ ଜିଉଁତିଆ l ଏହି ପର୍ବ ରେ ମା ମାନେ ପୁଅଙ୍କ ପାଇ ଓପାସ ରହି ଶୁଭ ମନାସିଥାନ୍ତି l ପୁଅ ଜିଉଁତିଆ କୁ ନେଇ ଦେଖିବା ଏଇ ରିପୋଟ l ମାଁ ଅକ୍ଷର କେତେ ସୁନ୍ଦର, ମାଁ ପୁଣି ସର୍ବ ସ୍ୱାହା, ସେଇ ମାଁ ପୁଣି ପୁଅର ଦୁଃଖ କୁ ସହିଁ ନପାରି ତାର ମଙ୍ଗଳ କାମନା ପାଇଁ କରେ କୋଠର କାଷ୍ଠା । ସେଇ କାଷ୍ଠା ମଧ୍ୟରୁ ସବୁଠାରୁ ବଡ଼ ବ୍ରତ ହେଉଛି ପୁଅ ଜିଉଁତିଆ ବା ଦୂତିଆ ଓଷା କିଏ ପୁଣି କୁହେ ମୂଳାଷ୍ଟମୀ ପୂଜା । ଏହି ପୂଜା ଅଶ୍ଵିନୀ ମାସ ମୂଳାଷ୍ଟମୀ ଦିନ ହିଁ ହୋଇଥାଏ । ପୁତ୍ର ର ସମସ୍ତ ମଙ୍ଗଳ କାମନା କରେ ସେଇ ଜନ୍ମ ଦାତ୍ରୀ ମାଁ ! ଦିନ ସାରା ନିଜକୁ ନିଜଳା ଉପବାସ ରହି ଅପରାହ୍ନ ସମୟରେ ସ୍ନାନ କରି ସମସ୍ତ ପ୍ରକାର ଫଳ ମୂଳ, ଲିଆ, ଉଖୁଡା ସାଥିରେ ନେଇ ନିଶାଦ୍ଧ ରାତିରେ ଏକ ମୁଖା ହୋଇ ପୂଜା ସ୍ଥଳୀ କୁ ଯାଇ ଥାନ୍ତି ସେଠାରେ ସମସ୍ତ ଏକତ୍ରିତ ହୋଇଥିବା ସମସ୍ତ ମାଁ ମାନେ ଏକାଠି ପୂଜା ଅର୍ଚନା ସହ ଗୀତ ବୋଲିବା ଏବଂ ହୁଳହୁଳି ହରିବଲ ଦେଇ ପୁଅ ର ଶୁଭ କାମନା ପାଇଁ ଡାକିଥାନ୍ତି ଦେବାଦେବିଙ୍କୁ । ପରବର୍ତୀ ସମୟରେ ସକାଳୁ ନଦୀ ଘାଟ ବା ଜଳାଶୟ ରେ ପହଁଚି ଜଳଘାଟ ପୂଜା କରିବା ପରେ ଘରକୁ ଫେରି ପୁଅ ମାନଙ୍କୁ ଦୁବ ଓ ଅରୁଆଚାଉଳ ରେ ଉତୁରାଇ ଥାନ୍ତି ପରେ ନିଜ ପାଟିରେ ପାଣି ବୁନ୍ଦିଏ ପିଇଥାଏ l ତେବେ ଏହି ଓଷା ବ୍ରତ କାହିଁକେଉଁ ଆବାହନ କାଳରୁ ହୋଇ ଆସୁଛି । ପୁତ୍ର ଲାଭ ଓ ପୁତ୍ର ର ଶୁଭ କାମନା କରିବା ଏହି ପୂଜାର ମୂଳ ଲକ୍ଷ୍ୟ ଓ ଉଦ୍ୟଶ ବୋଲି ବ୍ରତଧାରା ମାନେ ପ୍ରକାଶ କରନ୍ତି । ଏହି ପୂଜା ପର୍ବ ପର୍ବାଣି ବିଶେଷ କରି ପ୍ରଶ୍ଚିମ ଓଡିଶାରେ ଗାଁ ଗଣ୍ଡା, ପୁର ପଲ୍ଲୀରେ ଯାକ ଜକମରେ ପାଳିତ ହୋଇଥିବା ଦେଖିବାକୁ ମିଳେ । ଏହି ପର୍ବ ମଧ୍ୟ ପଶ୍ଚିମଓଡିଶା ଏକ ବଡ଼ ପର୍ବାଣି ମଧ୍ୟରେ ରହିଛି l ଏହି ପର୍ବ କୁ ମା ମାନେ ପୁଅଙ୍କ ଶୁଭ ମନାସିବାକୁ ବେଶ ଆଦର ରେ ପାଳନ କରନ୍ତି l

author

Related Articles

Leave a Reply

Your email address will not be published. Required fields are marked *