ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ,ପହିଲି ଭୋଗରେ 32ପ୍ରକାର ପିଠା ଖାଇଲେ ମହାପ୍ରଭୁ

ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ସକାଳୁ ମାଆ ଯଶୋଦାଙ୍କ ହାତରୁ ଖାଇଛନ୍ତି ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ବାପ ଘରକୁ ବୁଲି ଯାଇଛନ୍ତି ମହାଲକ୍ଷ୍ମୀ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ ବଳରାମଙ୍କୁ । ସେହି ସ୍ମୃତିକୁ ମନେପକାଇ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ପହିଲି ଭୋଗ । ଧନୁ ସଂକ୍ରାନ୍ତି ରେ ଆଜି ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଆଉ ଶେଷ ହେବ ମକର ସଂକ୍ରାନ୍ତି ଦିନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି କରାଯାଇ ପ୍ରତିଦିନ ପହିଲି ସକାଳୁ ଶ୍ରୀଜିଉଙ୍କୁ ଅର୍ପଣ କରାଯିବ ଏହି ବିଶେଷ ଭୋଗ ପିହିଲି ଭୋଗ । ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ୪୦ ରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆରତୀ । ଭୋର ୬ଟା ଭିତରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ନୀତି ଶେଷ କରାଯାଇଛି । ଏହା ପରେ ଶ୍ରୀଜିଉଙ୍କର ପହିଲି ଭୋଗ ନୀତି ସମ୍ପାଦନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *