ମହାଳୟା ପକ୍ଷେ ମାଆ ସମଲେସ୍ୱରୀଙ୍କ ଧବଳମୁଖୀ ବେଶ

ମହାଳୟା ପକ୍ଷେ ମାଆ ସମଲେସ୍ୱରୀଙ୍କ ଧବଳମୁଖୀ ବେଶ

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ପବିତ୍ର ମହାଳୟା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ସମଲେଶ୍ୱରୀପୀଠରେ ମାଆ ସମଲେଇଙ୍କର ଧବଳମୁଖୀ ବେଶ ହୋଇଛି । ଆଜି ମହାଳୟା ହେତୁ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଏହି ବେଶ ଅନୁଷ୍ଠିତ ହୋଇଛି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି । ତେବେ ଯେଉଁମାନେ ଗଙ୍ଗା, ଗୟା ଯାଇପାରିନାହାନ୍ତି, ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ପ୍ରତିବର୍ଷ ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ ।

author

Related Articles

Leave a Reply

Your email address will not be published. Required fields are marked *