ବାସନ୍ଦ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ତେଣୁ ମହାପ୍ରଭୁଙ୍କ ହେଲେ ଆଜି ସକାଳୁ ସକାଳୁ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଯାହାକୁ ଅନ୍ୟ ସେବାୟତ ମାନେ ବିରୋଧ କରିଥିଲେ । ଏହାକୁ ନେଇ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଥିଲା । ଏନେଇ ଅନ୍ୟ ସେବାୟତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା ପରେ ମହାପ୍ରଭୁଙ୍କ ମହାସ୍ନାନ ହେବ ବୋଲି ନିଷ୍ପତି ନିଆଯାଇଛି । ମହାସ୍ନାନ ପରେ ଅବକାଶ ଓ ଅନ୍ୟ ନୀତିମାନ ହେବ ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024