ମହିଳାଙ୍କୁ ଋତୁସ୍ରାବ ଛୁଟି…ହାରିଗଲେ ନବୀନ କରିଦେଖାଇଲେ ମୋହନ !

ମହିଳାଙ୍କୁ ଋତୁସ୍ରାବ ଛୁଟି…ହାରିଗଲେ ନବୀନ କରିଦେଖାଇଲେ ମୋହନ !

ରାଜ୍ୟରେ ବିଜେପି ସରକାର ହେବା ପରେ ନୂଆ ନୂଆ ପରିବର୍ତ୍ତନ ଦେଖୁଛନ୍ତି ଓଡିଶା ବାସୀ । ହଁ ଦର୍ଶକବନ୍ଧୁ ନୂଆ ବିଜେପି ସରକାର ରାଜ୍ୟ ବାସୀଙ୍କ ପାଇଁ ଆଣୁଛନ୍ତି ନୂଆ ନିୟମ । ସ୍ୱାଧୀନତା ଦିବସରେ ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏଣିକି କର୍ମଜୀବି ମହିଳାଙ୍କୁ ଋତୁସ୍ରାବ ସମୟରେ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁକଲ୍ୟାଣର ମନ୍ତ୍ରୀ ପ୍ରଭାତି ପରିଡା । ଉଭୟ ସରକାରୀ ଓ ଘରୋଇ କର୍ମଚାରୀ ମହିଳାମାନଙ୍କୁ ଏହି ସୁବିଧା ମିଳିବ । ମୋହନ ସରକାରଙ୍କ ଏହି ବଡ ପଦକ୍ଷେପ ପରେ ଏବେ ପୂର୍ବର ନବୀନ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ରାଜ୍ୟ ବାସୀ । ଦୀର୍ଘ 24 ବର୍ଷ ଧରି ରାଜ୍ୟରେ ଶାସନ କରିବା ଭିତରେ ନବୀନ ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି କିନ୍ତୁ ମୋହନଙ୍କ ଏପରି ଏକ ଘୋଷଣା କରି ରାଜନୀତିରେ ଛକା ମାରିଛନ୍ତି ବୋଲି ଚର୍ଚ୍ଚା ହେଲାଣି । ଖୁବଶୀଘ୍ର ଏହି ନିୟମ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ଲାଗୁ ହେବ । ଋତୁସ୍ରାବ ସମୟରେ ଛୁଟି ନେଇ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା କିନ୍ତୁ ତତକାଳୀନ ବିଜେଡି ସରାକାର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯେଉଁଥିପାଇଁ ତାଙ୍କୁ ଏବେ ସମାଲୋଚନା କରାଯାଉଛି । ଯାହାକୁ ମହିଳା ମାନେ ସ୍ୱାଗତ କରିଛନ୍ତି । ବିଳମ୍ୱରେ ହେଲେ ମଧ୍ୟ ଓଡିଶା ପାଇଁ ଓ ମହିଳା ମାନଙ୍କ ପାଇଁ ଏହା ଏକ ଗର୍ବର କଥା ।

author

Related Articles

Leave a Reply

Your email address will not be published. Required fields are marked *