ମହିଳାଙ୍କୁ ପଇସା ଲୋଭ ଦେଖାଇ ଠକି ଦେଲେ ମୋହନ

ମହିଳାଙ୍କୁ ପଇସା ଲୋଭ ଦେଖାଇ ଠକି ଦେଲେ ମୋହନ

ପୁଣି ମହିଳାଙ୍କୁ ଦିନରେ ତାରା ଦେଖାଇଲେ ମୋହନ ସରକାର । ସୁଭଦ୍ରା ଯୋଜନା ନାଁରେ ଠକି ଦେଲା ଭାରତୀୟ ଜନତା ପାର୍ଟୀ । ହଁ ଆଜ୍ଞା, ସରକାରକୁ ଆସିବା ପୂର୍ବରୁ ବଡ ବଡ ଘୋଷଣା ମାନ କରି, ମହିଳାଙ୍କୁ ବଡ ବଡ ସ୍ୱପ୍ନ ଦେଖାଇ ବିଜେପି ଭୋଟ ହାତେଇଲା । ଯଦି ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବ ତେବେ ଡବଲ ସୁବିଧା ମିଳିବ ବୋଲି ରାଜ୍ୟ ବାସୀଙ୍କୁ ଲୋଭ ଦେଖାଇଥିଲା ଭାରତୀୟ ଜନତା ପାର୍ଟୀ । କିନ୍ତୁ ସରକାରକୁ ଆସିବା ପରେ ବିଜେପିର ନୀତି ସବୁ ବଦଳିଗଲା । ବିଜେପି ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶୃତି ସବୁ ମିଛରେ ପରିଣତ ହୋଇଗଲା । ଯାହାର ଉଦାହରଣ ପ୍ରଥମେ ମଦ ବନ୍ଦ ପ୍ରସଙ୍ଗ , ପରେ ମାଗଣା ବିଦ୍ୟୁତ ଆଉ ଏବେ ସୁଭଦ୍ରା ଯୋଜନାରୁ ପ୍ରମାଣିତ ହୋଇଯାଇଛି । ବିଜେପି ନେତାମାନେ ପ୍ରଥମେ ରାଜ୍ୟର ପ୍ରତି ମହିଳାଙ୍କୁ ସେପ୍ଟେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର ଭାଉଚର ମିଳିବ ବୋଲି ଘୋଷଣା କରିଥିଲୋ । କିନ୍ତୁ ଏବେ ଏହି ଯୋଜନାର ଏସଓପିରେ ଯାହା ଉଲ୍ଲେଖ କରାଯାଇଛି ତାହା ଶୁଣି ସମସ୍ତେ ଆଶ୍ଚଯ୍ୟ ଚକିତ । କାହିଁକି ନା ଆଉ ଦୁଇ ବର୍ଷ ନୁହେଁ ବରଂ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ସୁଭଦ୍ରା ଯୋଜନାର ଏସଓପିରେ ଉଲ୍ଲେଖ କରାଯାଇଛି । ତେବେ କେବଳ ଏତିକି ନୁହେଁ ଏହି ଯୋଜନାର ଲାଭ ସମସ୍ତ ମହିଳାଙ୍କୁ ମିଳିବନି ବୋଲି ମଧ୍ୟ ଘୋଷଣା କରାଯାଇଛି । ଯେଉଁ ମହିଳା ମାସିକ ସରକାରୀ ସହାୟତା ୧୫୦୦ ଟଙ୍କା ପାଉଥିବେ, ସରକାରୀ ଚାକିରୀ କରୁଥିବେ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିବ ସେହି ମହିଳା ମାନେ ଏଥିରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଏବେ ରାଜନୀତିର ମାହୋଲ ସରଗରମ ହୋଇଛି । ବିରୋଧୀ ମାନେଏହାକୁ ମୁଦ୍ଦା କରି ଶାସକ ବିଜେପିକୁ ଘେରିଲେଣି । ଏହା ସହ ସାଧାରଣ ଜନତା ମଧ୍ୟ ମୋହନ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ତେବେ ଦେଖାଯାଉ ମହିଳାଙ୍କ ଆକ୍ରୋଶର ଶିକାର ହୋଇ ମୋହନ ସରକାର କଣ ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *