ମହିଳାଙ୍କୁ ପ୍ରତିମାସରେ ମିଳିବ 1 ହଜାର

ମହିଳାଙ୍କୁ ପ୍ରତିମାସରେ ମିଳିବ 1 ହଜାର

ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସାଧାରଣ ଜନତାଙ୍କ ପାଇଁ ବଭିନ୍ନ ପ୍ରକାର ସୁବିଧା ସୁଯୋଗ ଘୋଷଣା କରୁଛନ୍ତି । ଆଉ ଏହାରି ଭିତରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ଏଣିକି ପ୍ରତି ମାସ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା’ ଆଧାରରେ, ୧୮ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ପ୍ରତି ମାସରେ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୨୦୨୪-୨୫ ପାଇଁ ବଜେଟରେ ଏହି ଘୋଷଣା କରାଯାଇଛି । ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଦିଲ୍ଲୀ ସରକାର ମହିଳାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଘୋଷଣା କରି ମହିଳା କାର୍ଡ ଖେଳିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *