ଆସନ୍ତା ନଭେମ୍ୱର 13ରେ ଝାଡଖଣ୍ଡ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ଝାଡଖଣ୍ଡ ରାଜନୀତି । ଗତକାଲି ରାଞ୍ଚିରେ ପହଞ୍ଚି ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନିର୍ବାଚନୀ ଇସ୍ତାହାରରେ ବିଜେପି 25ଟି ପ୍ରତିଶ୍ରୁତି ଦେଇଛି । ବିଜେପି ସରକାର ଆସିଲେ ପେପର ସ୍କାମର ତଦନ୍ତ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି । ବିଜେପି ଇସ୍ତାହାରରେ ମୁଖ୍ୟତଃ ଗୋଗୋ ଦିଦି ଯୋଜନାରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ୨୧ ଶହ ଟଙ୍କା, ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ଟଙ୍କା ମାଗଣା ଚିକିତ୍ସା, ୫ ବର୍ଷରେ ୫ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ ବିଜେପି ଘୋଷଣା କରିଛି ।
You can share this post!
author