ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ …

ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ …

ନୂଆ ପୋଷାକ ସହ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ । ମହିଳାଙ୍କୁ ଅଧିକ ସଶକ୍ତ କରିବା ପାଇଁ ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ । ଆସନ୍ତା ଏପ୍ରିଲ 1 ତାରିଖ ଉତ୍କଳ ଦିବସରୁ ମିଶନ ସକ୍ତି ମହିଳାମାନେ ନୂଆ ୟୁନିଫର୍ମ, ନୂଆ ଡ୍ରେସକୋର୍ଡ, ଏବଂ ନୂଆ ସ୍ମାର୍ଟଫୋନ ସହିତ କାମକୁ ଆସିବେ । ଏ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତା’ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଗୋଟି ଚଳାଇଛି । ଖାସ କରି ମିଶନ ଶକ୍ତି ମହିଳାମାନଙ୍କୁ । ସେମାନଙ୍କୁ ନିଜ ସହିତ ଯୋଡି ରଖିବା ପାଇଁ ଏପରି ଦୁଇଟି ବଡ ଘୋଷଣା କରିଥିବା କୁହାଯାଉଛି ।

ତେବେ ମିଶନ ଶକ୍ତି ମହିଳାଙ୍କ ପୋଷାକରେ ପରିବର୍ତନ ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା । ତେଣୁ ଏଥିରେ ପରିବର୍ତନ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ 1 ତାରିଖ ଉତ୍କଳ ଦିବସ ଅବସରରେ ମହିଳାଙ୍କୁ ନୂଆ ପୋଷାକ ପ୍ରଦାନ କରାଯିବ । ନୂଆ ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ମଧ୍ୟ ନଜର ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏହି ଡ୍ରେସ୍ କୋଡ୍ ମହିଳାଙ୍କ ଏକତା, ପରିଚୟ ଏବଂ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ । ତେବେ ଶାଢ଼ୀର ରଙ୍ଗ କ’ଣ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ । କେବଳ ଡ୍ରେସ୍ କୋଡ୍‌ ନୁହେଁ, ମହିଳାଙ୍କୁ ଅଧିକ ସଶକ୍ତ କରିବା ପାଇଁ ମହିଳାଙ୍କୁ ସରକାର ସ୍ମାର୍ଟଫୋନ ଦେବେ । ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ଏହାଦ୍ୱାରା ଡିଜିଟାଲ ପେମେଣ୍ଟ, ଅନଲାଇନ୍ ଟ୍ରେନିଂ, ବ୍ୟାବସାୟିକ ସୂଚନା ଏବଂ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ପାଇପାରିବେ ।

administrator

Related Articles

Leave a Reply

Your email address will not be published. Required fields are marked *