ମହିଳାଙ୍କୁ ମିଳିଲା ଦଶହରା ଭେଟି । ସୁଭଦ୍ରା ହିତାଧୀକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଆଜି ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇଛନ୍ତି । ଏବଂ ଆକାଉଣ୍ଟକୁ ଟଙ୍କା ଆସିଥିବା ନେଇ ହିତାଧୀକାରୀଙ୍କ ପାଖକୁ ମେସେଜ ବି ଆସିଛି । ତେବେ ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଆସି ଥିବାରୁ ହିତାଧିକାରୀଙ୍କ ଘରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।