ମହିଳାଙ୍କୁ ସମ୍ମାନ ଦେବାରେ ଅବହେଳା କରୁଛନ୍ତି ମୋହନ ସରକାର

ମହିଳାଙ୍କୁ ସମ୍ମାନ ଦେବାରେ ଅବହେଳା କରୁଛନ୍ତି ମୋହନ ସରକାର

ଓଡିଶାରେ ନୂଆ ସରକାର ଆସିବା ପରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ହଁ ଆଜ୍ଞା ଏ କଥା ଆମେ କହୁନୁ ବିଜେପି ସରକାରକୁ ଟାର୍ଗେଟ କରି ସିଧାସଳଖ ଏପରି କିଛି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଓଡିଶାରେ ମହିଳାମାନଙ୍କୁ ସମ୍ମାନ ଦେବାରେ ଅବହେଳା କରୁଛନ୍ତି ମୋହନଙ୍କ ସରକାର । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ମାଆ ଭଉଣୀମାନେ ସୁରକ୍ଷିତ ନାହାନ୍ତି । ନୂଆ ସରକାର ଗଢିବାର ମଉଜ ମଜଲିସ ଯଦି ସରିଥାଏ ତେବେ ରାଜ୍ୟରେ ରସା ତଳକୁ ଗତି କରୁଥିବା ଆଇନ ଶୃଙ୍ଖଳା ଉପରେ ଧ୍ୟାନ ଦେବା ପାଇଁ କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପାଢୀ ପଞ୍ଚାୟତର ରସଲପୁର ଗ୍ରାମର ନାବାଳିକା ଝିଅ, ଯିଏ ଦୁଷ୍କର୍ମ ଓ ହତ୍ୟାର ଶୀକାର ହେଇଛନ୍ତି , ତାଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହିତ ତୁରନ୍ତ ଦୋଷୀକୁ ଦଣ୍ଡ ବିଧାନ ଓ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କ ଉପରେ ଦାବି କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

author

Related Articles

Leave a Reply

Your email address will not be published. Required fields are marked *