ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ଉଦ୍ଧାର l

ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ଉଦ୍ଧାର l

ବୌଦ୍ଧ:

ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ମୃତକ ଜଣକ ପୁରୁଣାକଟକ ଥାନା ଚାରିଛକର ରିତିକା ପାତ୍ର । ଚାରିଛକ ସ୍ଥିତ ଘରୁ ମୃତଦେହ ଉଦ୍ଧାର କରି ମେଡିକାଲ ନେଇଥିଲେ ପରିବାର ଲୋକେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକର LIC ଏଜେଣ୍ଟ ଵାଲାଜି ପାତ୍ରଙ୍କ ପତ୍ନୀ ନିଜ ଶୋଇବା ଘରେ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଁଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ମୃତ୍ୟୁର କାରଣ କୁ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *