ମହିଳା ବାଣ୍ଟୁଛନ୍ତି ଥଣ୍ଡା ପାନୀୟ

ମହିଳା ବାଣ୍ଟୁଛନ୍ତି ଥଣ୍ଡା ପାନୀୟ

ଭୁବନେଶ୍ୱର:

ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ରାଜଧାନୀର କିଛି ମହିଳା ନିଆରା ପଦକ୍ଷପ ହାତକୁ ନେଇଛନ୍ତି | ରସୁଲଗଡ ଅଞ୍ଚଳର ପ୍ରାୟ ୨୦ରୁ ଉର୍ଦ୍ଦ୍ୱ ମହିଳା ଆରମ୍ଭ କରିଛନ୍ତି ଜଳଛତ୍ର | ଯେଉଁଠାରେ ପଥଚାରୀଙ୍କୁ ବିନାମୁଲ୍ୟରେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଦେଉଛନ୍ତି | ରସୁଲଗଡସ୍ଥିତ ପାଣ୍ଡରା ଛକ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଛି ଏହି ଜଳଛତ୍ର | କଟକ-ପୁରୀ ବାଇପାସ କଡରେ କୌଣସି ଜଳଛତ୍ର ଖୋଲାଯାଇ ନ ଥିବାରୁ ସାଧାରଣ ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ମହିଳାମାନେ ଏହି ଉଦ୍ୟମ ଆରମ୍ଭ କରିଛନ୍ତି | ଜଳଛତ୍ରରେ ମାଟି ପାତ୍ରରେ ଜଳ, ଦହିପାଣି, ପୁଦିନା ପାଣି, ଓଆରଏସ, ଗ୍ରୁକୋଜ୍ ଆଦି ରହିଥିବା ବେଳେ ଜଳଛତ୍ରରେ ମହିଳାମାନେ ଉପସ୍ଥିତ ରହି ବଣ୍ଟନ କରୁଛନ୍ତି | ଏହି ଜଳଛତ୍ର ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହୁଛି | ଅଭିକ୍ଷା ଟ୍ରଷ୍ଟର ସହଯୋଗରେ ଆରମ୍ଭ ହୋଇଥିବା ଏହି ଜଳଛତ୍ରରେ ସ୍ଥାନୀୟ ଲୋକମାନେ ନିଜ ଇଛା ମୁତାବକ ତଣ୍ଡା ପାନୀୟ ପିଉଥିବା ସାମାଜିକ କର୍ମୀ ମାନସୀ ଶତପଥୀ କହିଛନ୍ତି | ଏଥିରେ ପ୍ରିୟମ୍ବଦା, ସୁପ୍ରଭା, ବନ୍ଦିତା ପ୍ରମୁଖ ୨୦ରୁ ଉର୍ଦ୍ଧ୍ୱ ମହିଳା ସାମିଲ ହୋଇଥିବା ବେଳେ ପ୍ରତିଦିନ ୪ଜଣ ଲେଖାଏଁ ମହିଳା ପାଳି କରି ଏଠାରେ ଉପସ୍ଥିତ ରହି ଜଳସେବା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି |

author

Related Articles

Leave a Reply

Your email address will not be published. Required fields are marked *