ମହୁଆ ମୈତ୍ରଙ୍କ ବିରୋଧରେ ବିଜେପିର ରଣନୀତି

ମହୁଆ ମୈତ୍ରଙ୍କ ବିରୋଧରେ ବିଜେପିର ରଣନୀତି

ଟିମେସି ନେତ୍ରୀ ମହୁଆ ମୈତ୍ରଙ୍କୁ ଟକ୍କର ଦେବାକୁ ବିଜେପିର ବିଶାଳ ରଣନୀତି । ମହୁଆଙ୍କ ବିପକ୍ଷରେ କୃଷ୍ଣନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ବେଙ୍ଗଲର ରାଜମାତା ଅମୃତା ରୟଙ୍କୁ ଟିକେଟ୍ ଦେଇଛି ବିଜେପି । ଏଥର ଲୋକସଭା ନିର୍ବାଚନରେ ମହୁଆ ଓ ରାଣୀମାଙ୍କ ମଧ୍ୟରେ ହେବ ଲଢେଇ। ଗତକାଲି ବିଜେପି ପଞ୍ଚମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଗତ ସପ୍ତାହରେ ଦଳରେ ଯୋଗ ଦେଇଥିବା ରାଜମାତା ଅମୃତା ରୟଙ୍କ ନାମ ରହିଛି। ଅମୃତା ବିଜେପିରେ ଯୋଗଦେବା ପରେ ତାଙ୍କୁ ଟିକେଟ୍ ମିଳିବା ନେଇ କଳ୍ପନାଜଳ୍ପନା ହେଉଥିଲା। ହେଲେ ବିଜେପି ରାଣୀମାଙ୍କୁ କୃଷ୍ଣନଗର ଲୋକସଭା ଆସନରୁ ଟିକେଟ୍ ଦେଇ ବଡ଼ ରଣନୀତି ଆପଣାଇଛି। ଅମୃତା ରୟ ହେଉଛନ୍ତି କୃଷ୍ଣନଗର ‘ରାଜବରୀ’ (ରାଜପ୍ରାସାଦ)ର ରଜମାତା। ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ କୃଷ୍ଣନଗର ଫୋକସରେ ରହିବ।

author

Related Articles

Leave a Reply

Your email address will not be published. Required fields are marked *