ମାଆ ପୁଅଙ୍କୁ ଧୋକା ଦେଇଦେଲା ବିଜେଡି…

ମାଆ ପୁଅଙ୍କୁ ଧୋକା ଦେଇଦେଲା ବିଜେଡି…

ଯେଉଁ ନିର୍ବାଚନର ଫଳାଫଳକୁ ଅପେକ୍ଷା କରିଥିଲେ ଓଡିଶାବାସୀ ଶେଷରେ ତାହାର ଅନ୍ତ ହେଲା । ରାଜ୍ୟରେ ନିର୍ବାଚନ ସରିଲା ଏବଂ ପରିବର୍ତ୍ତନର ନୂଆ ଆଶା ସଞ୍ଚାର ହେଲା । 24 ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଏକ ପ୍ରକାର ଝଟକା ଦେଇଛି । ଇତିହାସ ସୃଷ୍ଟି କରିଛି ଚଳିତ ନିର୍ବାଚନ । ହଁ ଦର୍ଶକବନ୍ଧୁ 25 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡିଛି । ଏବେ ଆଉ ଚାଲିବନି ନବୀନ ଶାସନ । ତେବେ ଆମେ ଯଦି ଟିକିଏ ଚଳିତ ଥରର ନିର୍ବାଚନ ଉପରେ ନଜର ପକାଇବା ବଡ ବଡ ହେଭିୱେଟଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଯାଇଛି ।  ଗୋଟିଏ ପରିବାରରର ତିନି ତିନି ଜଣ ନିର୍ବାଚନ ଲଢିଥିଲେ । ଖୋଦ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ଏଥର ବିଧାନସଭା ଆସନ ନ ଦେଇ ସମ୍ୱଲପୁର ଲୋକସଭାରୁ ପ୍ରାର୍ଥୀ କରାଇଥିଲେ ଯାହାର ଫଳସ୍ୱରୁପ ସମ୍ୱଲପୁରରୁ ପରାଜିତ ହେଲେ ବବି ଦାସ । ଅନ୍ୟପଟେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ଏତର କୋରେଇ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଇଥିଲା କିନ୍ତୁ ସେଠାରେ ମଧ୍ୟ ଧୂଳିଚାଟିଲା ବାଜୁ ଜନତା ଦଳ । ବିଜେଡିର ଜଣେ ଟାଣୁଆ ସଙ୍ଗଠକ ଥିଲେ ବବି କିନ୍ତୁ ଧର୍ମେନ୍ଦ୍ରଙ୍କଠାରୁ ପରାଜୟ ଗ୍ରହଣ କରିବାକୁ ପଡିଲା । ଧର୍ମେନ୍ଦ୍ର ଓ ବବିଙ୍କୁ ରାଜନୀତିରେ ଯେତେବେଳେ ବହୁ ଚର୍ଚ୍ଚା ହେଉଥିଲା ଟିକ ସେତିକିବେଳେ କୋରେଇରୁ ଅଚାନକ ପ୍ରାର୍ଥୀ ହୋଇଥିଲେ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ । ଚର୍ଚ୍ଚା ହେଲା ବବିଙ୍କ ପାଇଁ ତାଙ୍କ ମାଆଙ୍କୁ ପ୍ରାର୍ଥୀ କରାଇଛି ବିଜେଡି । କିନ୍ତୁ କୋରେି ବାସୀ ମାଟିର ପୁଅକୁ ହିଁ ସେଠାରୁ ନିଜର ନେତା ବାଛିଲେ । ବିଜେଡିର ଏଭଳି ଶୋଚନୀୟ ପରାଜୟ ସାଙ୍ଗକୁ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ପରାଜୟ ଏବେ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ହଁ ଆଜ୍ଞା ଯାଜପୁର କିଙ୍ଗକୁ ସମ୍ୱଲପୁର ପଠାଇଥିଲା ବିଜୁ ଜନତା ଦଳ ଯାହାର ପରିଣାମ ସ୍ୱରୂପ ଆଜି ବିଜେଡି ପରାଜୟ ସ୍ୱୀକାର କରିଛି । ତେବେ ବିଜେଡିର ଏଭଳି ଶୋଚନୀୟ ଅବସ୍ଥା ଏବଂ ମାଆ ପୁଅଙ୍କ ଏଭଳି ପରାଜୟ ପରେ ଆଗକୁ କଣ ରହିବ ଦୁହିଁଙ୍କ ନିଷ୍ପତ୍ତି ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *