ମାଉଥ ଫ୍ରେସନର ଦୋସା

ମାଉଥ ଫ୍ରେସନର ଦୋସା

ଭୁବନେଶ୍ୱର:

ଦକ୍ଷିଣ ଭାରତର ଲୋକ ପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟରେ ଅନ୍ୟତମ | ସମ୍ବର,ଚଟଣି ସହ ଲୋକେ ମସଲା ଦୋସା ଖାଇବାକୁ ବେଶ ପସନ୍ଦ କରନ୍ତି | ତେବେ ସମୟ ସହିତ ଦୋସାରେ ବିଭିନ୍ନ ଭେରାଇଟ ଦେଖିବାକୁ ମିଳୁଛି | ଓନିଅନ ଦୋସା, ପନିର ଦୋସା, ଚିଜ ଦୋସା, ଚକଲେଟ ଦୋସା ଲୋକେ ଖାଇଥିବା ବେଳେ ଏବେ ଆସିଛି ମାଉଥ ଫ୍ରେସନର ଦୋସା | ଶୁଣିବାକୁ କୌତୁହଳ ଲାଗିଲେବି ଏହି ଦୋସା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି | ଏହି ନିଆରା ତଥା ଅଜବ ଦୋସାର ଏକ ଭିଡିଓ ଇନଷ୍ଟାଗ୍ରାମ ବ୍ୟବହାରକାରୀ ତଥା କଣ୍ଟେଣ୍ଟ କ୍ରିଏଟର ସେୟାର କରିଛନ୍ତି | ଏଥିରୁ ଦେଖିବାକୁ ମିଳୁଛି, ଦୋସା ତିଆରି କରାଯାଉଛି ତା’ ଉପରେ କୋଟ ଭାବେ ବଟର, ଗୁଡ଼ ଓ ମୁଖବାସ ବା ମାଉଥ ଫ୍ରେସନର ଭାବେ ଖସା ଦିଆଯାଉଛି | ଏହାପରେ ଏହାକୁ ତ୍ରିଭୁଜାକାର ଆକାର ଦିଆଯାଉଛି | ତେବେ ଏହାକୁ ଦେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଯଦି ଓ ଦେଇଛନ୍ତି, ତଥାପି ଖାଦ୍ୟପ୍ରେମୀଙ୍କୁ ଉକ୍ତ ଦୋସା ପସନ୍ଦ ଆସିନାହିଁ |

author

Related Articles

Leave a Reply

Your email address will not be published. Required fields are marked *