ମାଟ୍ରିକ୍ ଡ୍ରପ୍ ଆଉଟରେ ଓଡ଼ିଶା ନଂ ୧

ପଦାକୁ ଆସିଲା ଓଡିଶାରେ ବିଭିନ୍ନ ଯୋଜନାର କରୁଣ ଚିତ୍ର । ମାଟ୍ରିକ୍ ଡ୍ରପ୍ ଆଉଟରେ ବିହାରକୁ ପଛରେ ପକାଇଲା ଓଡିଶା । ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ । ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି ।

୨୦୨୧-୨୨ରେ ପାଠ ଛାଡିଛନ୍ତି ୪୯.୯ ପ୍ରତିଶତ ଦଶମ ଛାତ୍ରଛାତ୍ରୀ । ଲୋକସଭାର ଏକ ତାରକା ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇଲା ଭଳି । ରାଜ୍ୟରେ ୨୦୧୮-୧୯ରେ ଦଶମ ଶ୍ରେଣୀରେ ପଢୁଥିବା ୧୨.୮ ପ୍ରତିଶତ ପିଲା ପାଠ ଛାଡିଥିବା ବେଳେ ୨୦୧୯-୨୦ରେ ଏହା ୩୮.୩୫ ପ୍ରତିଶତକୁ ବଢିଥିଲା । ୨୦୨୦-୨୧ରେ ଡ୍ରପ୍ ଆଉଟ ପ୍ରତିଶତ ୩୯.୪ ଥିବା ବେଳେ ୨୦୨୧-୨୨ରେ ଦଶମରେ ପଢୁଥିବା ୪୯.୯ ପ୍ରତିଶତ ଅର୍ଥାତ ଅଧା ପିଲାଙ୍କ ପୋଥିରେ ଡୋରି ବନ୍ଧା ହୋଇଛି । ଯାହାକି ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି । ଏହାକୁ ନେଇ ତେଜିଛି ରାଜନୀତି ।ଏହାକୁ ନେଇ ତେଜିଛି ରାଜନୀତି ।


ରାଜ୍ୟ ସରକାର ପିଏମଶ୍ରୀ ଯୋଜନାକୁ ରାଜ୍ୟ ନକରିବା ନେଇ ବର୍ଷିଛି ବିଜେପି । କେନ୍ଦ୍ରୀୟ ଅନୁଦାନ ରାଜ୍ୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତା ବୋଲି ଦଳ କହିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି । କଂଗ୍ରେସ ବି ଶାସକ ଦଳକୁ ଟାର୍ଗେଟ କରିଛି । ତେବେ କେନ୍ଦ୍ରମନ୍ତ୍ରୀ ରଖିଥିବା ତଥ୍ୟକୁ ଗ୍ରହଣ କରିବା ସ୍ଥିତିରେ ନାହିଁ ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *