ମାଟ୍ରିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

ଦିନକ ପରେ ମାଟ୍ରିକ ପରୀକ୍ଷା । ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀ । ହେଲେ ୧୧ ଦିନ ହେଲା ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ସରକାର ଆଲୋଚନାକୁ ଆସୁ ନାହାନ୍ତି, ଅନ୍ୟପଟେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ କରିବା ଜିଦିରେ ଅଛନ୍ତି ଶିକ୍ଷକ ସଂଘ । ଏପରିସ୍ଥିତି କେମିତି ହେବ ମାଟ୍ରିକ ପରୀକ୍ଷା ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ଆହ୍ୱାନରେ ଚାଲିଥିବା ଆନ୍ଦୋଳନ ୩୦ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ପ୍ରତ୍ୟକ୍ଷ- ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । କାଲି ସୁଦ୍ଧା ସରକାର ଦାବି ପୂରଣ ନକଲେ, ମାଟ୍ରିକ ପରୀକ୍ଷାରେ ଅସହଯୋଗ କରିବା ଭଳି ନିଷ୍ପତି ନେବାକୁ ଯୋଜନା କରୁଛନ୍ତି ଶିକ୍ଷକ ସଂଘ । ବିଭିନ୍ନ ସମୟରେ ଆନ୍ଦୋଳନ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି । ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି । ସରକାର ଟାଳଟୁଳ ନୀତି ଛାଡି ଶିକ୍ଷକ ସଂଘର ଦାବି ପୂରଣ କରନ୍ତୁ ବୋଲି ସଂଘ ଦାବି କରିଛି । ନହେଲେ ପରବର୍ତି ଅପ୍ରୀତିକର ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକ ସଂଘ ଚେତେଇ ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *