ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡର କଡ଼ା ପଦକ୍ଷେପ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡର କଡ଼ା ପଦକ୍ଷେପ

ଆଉ ଅଳ୍ପ ଦିନ ପରେ ମାଟ୍ରିକ ପରୀକ୍ଷା । ଶିକ୍ଷାଗତ ଜୀବନର ପ୍ରଥମ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଛାତ୍ରଛାତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷ । ଏହାରି ଭିତରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କଡା ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । । ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ଲିକ୍ ହୁଏ, ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ସେଥିପାଇଁ ଦାୟୀ ରହିବେ । ଆବଶ୍ୟକ ସ୍ଥଳେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ମନା । ପରୀକ୍ଷା ଚାଲିଥିବା ବେଳେ କେବଳ ପରୀକ୍ଷା କେନ୍ଦ୍ର ପରିଚାଳକକଙ୍କ ବ୍ୟତିତ ଅନ୍ୟ କେହି ମୋବାଇଲ ନେଇ ପ୍ରବେଶ କରିପାରିବେନାହିଁ । ସେହିଭଳି ପ୍ରଶ୍ନପତ୍ର ରହିିଥିବା ଆଲମାରୀ ଚାବି କେବଳେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ପାଖରେ ରହିବ । ଏହାସହ ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ତ୍ରିସ୍ତରୀୟ ନୀରିକ୍ଷକ ବ୍ୟବସ୍ଥା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *