ପୁଣି ପଛରେ ପଡିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାରିକି ବି ଜିତିଗଲେ ନବୀନ । ହଁ ଆଜ୍ଞା, ଗତ ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ହାରିଯାଇଛନ୍ତି ସିନା କିନ୍ତୁ ଆଜି ବି ଓଡିଶା ବାସୀ ତାଙ୍କୁ ମନେ ପକାଉଛନ୍ତିା କୌଣସି ଅସୁବିଧା ବା ସମସ୍ୟା ଦେଖାଗଲେ ସେମାନଙ୍କ ମୁହଁରୁ ନବୀନଙ୍କ ନା ପ୍ରଥମେ ଆସୁଛି । ସେ ଭତ୍ତା ଟଙ୍କାକୁ ନେଇ ହେଉ ବା ବାତ୍ୟା ପରିଚଳାନାକୁ ନେଇ ହେଉ । ଲୋକେ ବିଜେପି ଅପେକ୍ଷା ବିଜେଡିକୁ ଖୋଜୁଛନ୍ତିା ତେବେ ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଏବେ ଓଡିଶାରେ ଚହଳ ପଡିଛି । ବାତ୍ୟା ଭୟରେ ଲୋକମାନେ ନିତ୍ୟ ବ୍ୟବହାଯ୍ୟ ଜିନିଷ ସବୁ ନେବା ସହ ପରିବା ମଧ୍ୟ ନେଇଯାଉଛନ୍ତି । କିନ୍ତୁ ପରିବା ଦରରେ ଅହେତୁକ ବୃଦ୍ଧିକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଆଉ ଏହି ସମୟରେ ତାଙ୍କ ମୁହଁରୁ ନବୀନଙ୍କ ନାଁ ବାହାରି ପଡୁଛିା ନବୀନ ଥିବା ବେଳେ ଏଭଳି କିଛି ସମସ୍ୟା ସେମାନେ ସମ୍ମୁଖୀନ ହେଉନଥିବା ଏବଂ ନବୀନଙ୍କ ସରକାରରେ ସେମାନେ ଭଲରେ ଚଳୁଥିବା ମତପ୍ରତାଶ କରୁଛନ୍ତି । ଏବଂ ମୋହନ କେବଳ କଥା କହୁଥିବା ଏବଂ କାମରେ ଶୂନ ଥିବା ଅଭିଯୋଗ କରୁଛନ୍ତି ।
ତେବେ କେବଳ ଏତିକି ନୁହେଁ ବାତ୍ୟା ଦାନା ଏବଂ ନବୀନଙ୍କୁ ନେଇ ଏକ ଗୀତ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ନବୀନ ଏବଂ ମୋହନଙ୍କୁ ଦର୍ଶାଯାଇଛି । ଏବଂ ଏଥର ଆଉ ନବୀନା ନାହାନ୍ତି ମୋହନ ନନା ବସିଥିବା ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁଥିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ବି ଲୋକେ ମନେ ପକାଉଥିବା ସ୍ପଷ୍ଟ ହୋଇପଡୁଛି ।