ଓଡିଶାକୁ ମାଡି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟା ରୂପ ନେବା ପରେ ଏବେ ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି । ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇ ଧାମରରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ତେବେ ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି ।