ମାତ୍ର ୨୦ ଟଙ୍କାରେ ହାଉଜାଉ ହେଉଛି ମାଛ

ମାତ୍ର ୨୦ ଟଙ୍କାରେ ହାଉଜାଉ ହେଉଛି ମାଛ

ମାଛ କିଣିବାକୁ ମାଛ ବଜାରରେ ଲାଗିଛି ଭିଡ । ମାତ୍ର ୨୦ ଟଙ୍କାରେ ହାଉଜାଉ ହେଉଛି ମାଛ । ଆଉ ଦେଖୁ ଦେଖୁ ଲୋକ ବି ତାକୁ ବୋହି ନେଇ ଯାଉଛନ୍ତି । ଆଉ ଏପରି ଚିତ୍ର କଟକ ଜିଲ୍ଲା ବାଙ୍କୀ ବଜାରରେ ଦେଖିବାକୁ ମିଳିଛି । ତେବେ ବନ୍ୟା ପାଣି ଯୋଗୁ ଜାଲରେ ପ୍ରବଳ ମାଛ ଧରା ପଡ଼ିଥିଲେ । ମହାନଦୀର ବନ୍ୟାଜଳ ଶାଖା ନଦୀରେ ପ୍ରବେଶ କରିବା ଦ୍ଵାରା ପାଣିରେ ବୁଡି ରହିଥିଲା ଶହ ଶହ ଏକର ଜମି। ଏବେ ମହାନଦୀରୁ ପାଣି ହ୍ରାସ ପାଇବା ଫଳରେ ବାଙ୍କୀଠାରେ ଶାଖା ନଦୀ ଚନ୍ଦ୍ରପାରୁ ପାଣି ଛାଡିବାକୁ ଲାଗିଛି। ଫଳରେ ମତ୍ସ୍ୟଜୀବୀଙ୍କ ଜାଲରେ ପୁଳାପୁଳା ଛୋଟ ମାଛ ପଡ଼ୁଛନ୍ତି।
ମତ୍ସ୍ୟଜୀବୀମାନେ ବାଙ୍କୀ ତାରିଣୀ ଛକଠାରେ ଛୋଟ ମାଛ ଗଦା କରିଥିବା ବେଳେ କିଲୋ ପିଛା ତାହାକୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଏତେ ଶସ୍ତାରେ ମାଛ ମିଳୁଥିବା ଶୁଣି ଉକ୍ତ ବାଟ ଦେଇ ଯାଉଥିବା ଲୋକେ ବି କିଛି ସମୟ ଅଟକି ଯାଉଛନ୍ତି। ଆଉ କିଣିବାକୁ ଗହଳି ଜମାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *