ମାଧପୁର ରେଞ୍ଜ ରୁ କଲରା ପତିରିଆ ବାଘର ସନ୍ଦେହ ଜନକ ମୃତ୍ୟୁ

ମାଧପୁର ରେଞ୍ଜ ରୁ କଲରା ପତିରିଆ ବାଘର ସନ୍ଦେହ ଜନକ ମୃତ୍ୟୁ

ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ନାଳ ଭିତରୁ ବୁଧବାର ଅପରାହ୍ନ ସମୟରେ ଏକ କଲରାପତରିଆ ବାଘ ର ସନ୍ଦେହ ଜନକ ମୃତ୍ୟୁ | ବାଘ ର ଗଳିତ ଶବ କୁ ଜବତ କରିଚି ବୌଦ୍ଧ ବନ ବିଭାଗ l ମୃତ ବାଘଟି ଆନୁମାନିକ 7ଦିନରୁ ଉର୍ଦ୍ଧ ହେଲା ନାଳ ଭିତରେ ପଡି ରହିଥିବା ବେଳେ ବନ ବିଭାଗର କିଛି କର୍ମଚାରୀ ପେଟ୍ରୋଲିଙ୍ଗ ସମୟରେ ଯାଇଥିବା ଏବଂ ବାଘର ମୃତଦେହ କୁ ଦେଖିବାକୁ ପାଇଥିଲେ l ପରେ ଘଟଣା ସମ୍ପର୍କ ରେ ମାଧପୁର ରେଞ୍ଜର ଖବର ପାଇବା ପରେ ବୌଦ୍ଧ ଡିଏଫଓ ନେତୃତ୍ୱ ରେ ଘଟଣା ସ୍ଥଳକୁ ଆସିଥିବା ସାତୋକୋଶିଆ ସାଇଣ୍ଟିଫିକ ଟିମ ଅନୁଗୋଳ , ଦକ୍ଷିଣାଞ୍ଚଳ ର ଆରସିସିଏଫ, ଓ ପ୍ରାଣୀ ଚିକିତ୍ସା ଅଧିକାରୀ,ବୌଦ୍ଧ ଡି ଏଫ ଓ ଙ୍କ ସହ ମାଧପୁର ରେଞ୍ଜ ଅଧିକାରୀ, ଘଟଣା ସ୍ଥଳ ରେ ପହଁଚି ମୃତ ବାଘର ଶବ କୁ ଜବତ କରିବାସହ ତାର ନମୁନା ପରୀକ୍ଷା କରିଥିଲେ l

ଏବଂ ବାଘ ଟି ଅଣ୍ଡିରା କି ମାଇଁ ପ୍ରଜାତିର କୌଣସି ସୂଚନା ମିଳି ପାରି ନାହିଁ! କୌଣସି କାରଣ ବସ୍ତତଃ ପ୍ରାକୃତିକ ଘଟଣା ଅନୁଯାଇ ବାଘର ମୃତ୍ୟୁ ହୋଇଥିବା ନେଇ ବନ ଅଧିକାରୀ ସୂଚନା ଦେଇଥିଲେ l ଏହି ତଦନ୍ତ କାରି ଦଳରେ ସାଇଣ୍ଟିଫିକ ଦଳ,, ଦକ୍ଷିଣାଞ୍ଚଳ ଆରସି ସି ଏଫ ସଂଜୟ ସ୍ୱାଇଁ,ବୌଦ୍ଧ ଡିଏଫ ଓ ଦେବ ପ୍ରିୟ କମ୍ପ, ମାଧପୁର ରେଞ୍ଜର
ଆଶିଷ ଡିଗାଲ, ଫରେଷ୍ଟର ବିଜୟ ସାହୁ, ଗାର୍ଡ ସୁବଳ ପ୍ରଧାନ ଙ୍କ ସହ ଅନନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

author

Related Articles

Leave a Reply

Your email address will not be published. Required fields are marked *