24 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପକାଇ କ୍ଷମତା ଆସନରେ ବସିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି ବିଜୁ ଜନତା ଦଳ । ବିଧାନସଭା ଠାରୁ ଆରମ୍ଭ କରି ଯେ ସାମ୍ୱାଦିକ ସମ୍ମିଳନୀ କରି ବିରୋଧି ବିଜେଡି ଶାସକ ଦଳକୁ ଘାଇଲା କରୁଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଧୀରେ ଧୀରେ ବିଜେପିରୁ କୋଣଠେସା ହୋଇପଡୁଥିବା ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବେ ନିଜ ଦଳରେ ବେଶ ସକ୍ରିୟ ରହିଛନ୍ତି । କାହିଁକିନା ବାରମ୍ୱାର ଶାସକ ଦଳକୁ ଟାର୍ଗେଟ କରୁଛି ବିଜେଡି ଆଉ ଏହାର କଡା କାଉଣ୍ଟର ରଖୁଛନ୍ତି ଜୟନାରାୟଣ ମିଶ୍ର । ନିକଟରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢିଥିଲା । ମନ୍ତ୍ରୀ ପଦବୀ ନ ମିଳିବାରୁ ଦଳ ଉପରେ ଖପ୍ପା ରହିଛନ୍ତି ବୋଲି ନାନାଦି ଆଲୋଚନା ହେଉଥିଲା । କିନ୍ତୁ ବର୍ତ୍ତମାନ ଜୟନାରାୟଣଙ୍କ ସକ୍ରିୟତାକୁ ନେଇ ରାଜନୀତିରେ ବିଭିନ୍ନ ବୟାନବାଜି ସୃଷ୍ଟି ହେଉଛି । ଅନ୍ୟପଟେ ବିଜେପିରେ ଆହୁରି ଛଅଟି ମନ୍ତ୍ରୀ ପଦବୀ ଖାଲି ପଡିଛି ଯେଉଁଥିରେ ଜୟନାରାୟଣ ମିଶ୍ରଙ୍କୁ ସ୍ଥାନ ମିଳିବା ନେଇ ଏକପ୍ରକାର କଥା ଉଠୁଥିବା ବେଳେ ତାଙ୍କର କୌଣସି ପଦପଦବୀ ପ୍ରତି ଲାଳସା ନଥିବା କଥା ସିଧା ସିଧା ଗଣମାଧ୍ୟମ ଆଗରେ କହିଛନ୍ତି । ନବୀନଙ୍କୁ ସରକାରରୁ ହଟେଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ତାହା ପୂରଣ ହୋଇଯାଇଛି । ସେ କୌଣସି ପଦବୀ ପାଇଁ ଲାଳାୟିତ ନୁହଁନ୍ତି ଏବଂ ଯଦି କୌଣସି ମନ୍ତ୍ରୀ ପଦବୀ ମିଳେ ତେବେ ସେ ବିଚାର କରିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ନିଜେ ସୂଚନା ଦେଇଛନ୍ତି । ତେବେ ଆଗକୁ ଖାଲି ପଡିଥିବା ମନ୍ତ୍ରୀ ମଣ୍ଡଳରେ ଜୟନାରାୟଣଙ୍କୁ କେଉଁ ବିଭାଗ ମିଳୁଛି ଏବଂ ଦଳରେ ପୂର୍ବ ପରି କେତେ ସକ୍ରିୟ ରହୁଛନ୍ତି ସମ୍ୱଲପୁର ବିଧାୟକ ତାହାର ଅପେକ୍ଷା ।
You can share this post!
author