ଆଜିକା ସମାଜରେ ଅସୁରକ୍ଷିତ ମହିଳା ସମାଜ । ତା ଭିତରେ ନୃଶଂସ ଅସମାଜିକ ବ୍ୟକ୍ତିମାନେ ମାନସିକ ବିକୃତ ମହିଳା ମାନଙ୍କୁ ଛାଡି ନାହିଁ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକ ଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତା ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରିଛି । ଅନ୍ୟପଟେ ଖବର ପାଇ ଇଟାମାଟି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ମହିଳାଙ୍କୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପଚାରିବାରୁ ସେଠାକାର ଜଣେ ଗାଡି ଚାଳକ ଏଭଳି କରିଥିବା କହିଛନ୍ତି। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି। ତେବେ ପୋଲିସ ଏହାକୁ ନେଇ ତଦନ୍ତ ଚାଲୁ ରଖିଛି ।
You can share this post!
author
Related Articles
ନ୍ୟାୟ ପାଇବେ ତ ହ୍ୟୁମାନ
- January 13, 2026
ପୀତବାସ ମର୍ଡର ମିଷ୍ଟ୍ରି
- October 13, 2025
